୬ ବର୍ଷ ପରେ ଘରକୁ ଫେରିଲେ ଆଦିବାସୀ ନେତା ନାଚିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 6, 2020

୬ ବର୍ଷ ପରେ ଘରକୁ ଫେରିଲେ ଆଦିବାସୀ ନେତା ନାଚିକା

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ୨୦୧୪ ଅକ୍ଟୋବରରେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ । ଜାମିନ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ  ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି।

ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ତାଙ୍କ ବନ୍ଦାପନା ହୋଇଥିଲା। ପରେ ନୂତନ ବସ୍ତ୍ର ପରିଧାନ କରି ଘରେ ପ୍ରବେଶ କରିଥିଲେ ନାଚିକା ଲିଙ୍ଗା । ଗାଁର ଲୋକେ ଏକ ଶୋଭଯାତ୍ରା କରି ତାଙ୍କୁ ପାଛୋଟି ଆଣିଥିଲେ।  ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ବିରୋଧରେ ଥିଲା ୪୫ଟି କେସ୍ ।

୨୦୧୪ ଅକ୍ଟୋବରରେ ନାଚିକା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ । ୪୪ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଥାନା ଆକ୍ରମଣ ଅଭିଯୋଗରେ ୬ ବର୍ଷ କୋରାପୁଟ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ ।

କିଛି ଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କୋରାପୁଟ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ନାଚିକାଙ୍କୁ ଦେଇଥିଲେ ଜାମିନ। ଘରକୁ ଫେରିବା ପରେ ନାଚିକା କହିଛନ୍ତି, ଲୋକଙ୍କ ସେବା ସେ ଜାରି ରଖିବି   ।

The post ୬ ବର୍ଷ ପରେ ଘରକୁ ଫେରିଲେ ଆଦିବାସୀ ନେତା ନାଚିକା appeared first on Odisha Reporter.



from Odisha Reporter https://ift.tt/3p87j9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages