ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ‘ଆପଣ ଏକା ନୁହଁନ୍ତି’କୁ ବେଷ୍ଟ ସୋସିଆଲ୍ କଣ୍ଟ୍ରିବ୍ୟୁସନ୍’ ବର୍ଗରେ ଶ୍ରେଷ୍ଠ କାର୍ଯ୍ୟକ୍ରମର ପୁରସ୍କାର ମିଳିଛି। ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମ୍ ସଂସ୍ଥା ପକ୍ଷରୁ ଭର୍ଚୁଆଲ ପ୍ରୋଗ୍ରାମରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି।
ଦେଶର ଜାତୀୟ ଓ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ନ୍ୟୁଜ୍ ଚ୍ୟାନେଲକୁ ୧୨୦ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲର ଆଙ୍କର, ସାମ୍ବାଦିକ, ପ୍ରଯୋଜକ, କ୍ୟାମେରା ପର୍ସନ, ଭିଡିଓ ଏଡିଟର ଏବଂ ଅନ୍ୟ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଛି।
The post ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର appeared first on Odisha Reporter.
from Odisha Reporter https://ift.tt/2JLAVcP
No comments:
Post a Comment