ନୂଆଦିଲ୍ଲୀ: ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ବିମାନ ଦୁର୍ନୀତି ମାମଲାରେ ବଢ଼ିଲା କଂଗ୍ରେସ ନେତାଙ୍କ ଅଡ଼ୁଆ। ୩ ହଜାର କୋଟି ଟଙ୍କାର ଏହି ହେଲିକପ୍ଟର ଦୁର୍ନିତି ମାମଲାର ତଦନ୍ତ ବେଳେ ଗିରଫ ହୋଇଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାକ୍ସେନାଙ୍କ ବୟାନ ରେକର୍ଡ ହୋଇଛି। ଏବେ କିନ୍ତୁ ସକ୍ସେନା ଜାମିନରେ ଅଛନ୍ତି। ସେ ହେଉଛନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ତଦନ୍ତ ବେଳେ ସେ ତାଙ୍କ ବୟାନରେ କଂଗ୍ରେସ ନେତା ଅହମଦ ପଟେଲ, ସଲମାନ ଖୁର୍ସିଦଙ୍କ ନାମ କହିଛନ୍ତି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ। ଏବେ ସେ ଜାମିନରେ ଅଛନ୍ତି। ଏହି ଦୁର୍ନୀତି ମାମଲାର ତଦନ୍ତ ଉଭୟ ଇଡି ଏବଂ ସିବିଆଇ କରୁଛନ୍ତି। ଇଡି କେବଳ ଆର୍ଥିକ ମାମଲାର ତଦନ୍ତ କରୁଛି।
ରାଜୀବ ସମସ୍ତ କଥା କହୁନଥିବା ଇଡି ଅଭିଯୋଗ କରିଛି। ଏ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ୧୦୦୦ରୁ ଅଧିକ ପୃଷ୍ଠାରେ ସାକ୍ସେନାଙ୍କ ବିୟାନ ରେକର୍ଡ ହୋଇଛି। ସାକ୍ସେନାଙ୍କ ବୟାନରୁ ଜଣାପଡିଛି ଯେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚୁକ୍ତିରେ ଯେଉଁ ତ୍ରୁଟି ରହିଛି ସେଥିରେ ୟୁପିଏ-୨ ସରକାରର ଭୂମିକା ରହିଛି।
ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ଏବଂ ଗ୍ଲୋବାଲ ସର୍ଭିସ କମ୍ପାନୀ ଦ୍ୱାରା ଏହି ଦୁର୍ନୀତି ହୋଇଛି। ଖ୍ରୀଷ୍ଟିଆନ ମିଚେଲଙ୍କ ମାଲିକାନାରେ ରହିଛି ଏହି ଗ୍ଲୋବାଲ ସର୍ଭିସ୍ କମ୍ପାନୀ। ଯିଏକି ଏବେ ଜେଲରେ ଅଛନ୍ତି। ଡିସେମ୍ବର ୨୦୧୮ରେ ମିଚେଲଙ୍କୁ ଭାରତ ସରକାର ଇଟାଲୀରୁ ପ୍ରତ୍ୟାର୍ପଣ କରିଆଣିଥିଲେ। ଏହାପରେ ସେ ଏବେ ଜେଲରେ ରହିଛନ୍ତି।
ସାକ୍ସେନାଙ୍କ ବୟାନ ରେକର୍ଡ କରିବା ପରେ ଇଡି ଏକ ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରୁ ଜଣାପଡ଼ିଛି ଏହି ବିମାନ କିଣା ମାମଲାରେ ଅନେକ ରାଜନୀତିକ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀ ପାଇଛନ୍ତି। ଏମାନଙ୍କ ସହିତ କିଛି ନେଣଦେଣ ସିଧାସଳଖ ହୋଇଥିବା ବେଳେ ଆଉ କିଛି ପରୋକ୍ଷରେ ରହିଛି। ଆଉ କିଛି ଅନ୍ୟ ମାଧ୍ୟମରେ ହୋଇଛି ବୋଲି ରାଜୀବ କହିଥିବା ସୂଚନା ରହିଛି।
ସିବିଆଇ ମଧ୍ୟ ଏହି ମାମଲାରେ ସେପ୍ଟେମ୍ୱର ୧୭ରେ ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରେ ସିବିଆଇ ଦର୍ଶାଇଛି ରାଜୀବ ସାକ୍ସେନା ଇଣ୍ଟରଷ୍ଟେଲାର ଟେକ୍ନୋଲୋଜିର ୯୯ ପ୍ରତିଶତ ମାଲିକାନା ନିଜ ପାଖରେ ରଖିଛନ୍ତି।
ସାକ୍ସେନା ତାଙ୍କ ବୟାନ ରେକର୍ଡ ବେଳେ କମଲନାଥଙ୍କ ଭଣଜା ରତୁଲ ପୁରୀ ଏବଂ ସୁଶେନ ମୋହନ ଗୁପ୍ତାଙ୍କ ନାମ ବାରମ୍ୱାର ନେଇଥିବା ସୂଚନା ରହିଛି। ସୁଶେନ ମୋହନ ଗୁପ୍ତା ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡରେ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟସ୍ଥି କରୁଥିଲେ। ଏହି ଦୁଇ ଜଣେ ଗିରଫ ହେବା ପରେ ଜାମିନରେ ଅଛନ୍ତି।
ସାକ୍ସେନା ଦେଇଥିବା ବୟାନ ଅନୁଯାୟୀ ରାଜନୀତିକ ବ୍ୟକ୍ତି ଭିତରେ ସଲମାନ ଖୁର୍ସିଦ, କମଲନାଥଙ୍କ ନାମ ନେଇଥିଲେ। ସେ କହିଥିଲେ ମୁଁ ଜାଣିଛି ଯେ ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ବିମାନ କିଣା ବେଳେ ଇନଟେରଷ୍ଟେଲର ଟେକ୍ନୋଲଜି ଲିମିଟେଡ୍ ହେଉଛି ମୁଖ୍ୟ କମ୍ପାନୀ ଯିଏ କି ଲାଭ ପାଉଥିଲା। ଇନଟେରଷ୍ଟେଲର ଟେକ୍ନୋଲଜିର ମାଲିକ ସୁଶେନ ମୋହନ ବୋଲି ସେ ତାଙ୍କ ବୟାନ ବେଳେ କହିଥିବା ସୂଚନା ରହିଛି। ସୁଶେନ କିନ୍ତୁ ସିଧାସଳଖ କମ୍ପାନୀ କଥା ନବୁଝି ଗୌତମ ଖଇତାନଙ୍କ ମାଧ୍ୟମରେ ବୁଝୁଥିବା ସେ କହିଛନ୍ତି। ଏହି ବିମାନ କିଣା ବେଳେ ବିଭିନ୍ନ ବୈଠକ ମଧ୍ୟ ହୋଇଛି। ଏହି ସମୟରେ ଗୌତମ ଏବଂ ସୁଶେନ ଭାରତରୁ ଲାଭ ପାଉଥିଲେ ବୋଲି ସେ କହିଛନ୍ତି। ସେମାନେ ବୈଠକ ବେଳେ ଏପି ବୋଲି ନାମ ନେଉଥିଲେ। ଯାହାର ଅର୍ଥ ଅହମଦ ପଟେଲ ବୋଲି ଜଣାପଡ଼ିଛି।
ତେବେ ସଲମାନ ଖୁର୍ସିଦ ଏବଂ କମଲନାଥଙ୍କ ନାମ ଆସିବା ପରେ ସେ ପ୍ରତିକ୍ରିୟାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
The post ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ଡିଲ୍: ଅଭିଯୁକ୍ତ ଖୋଲିଲେ କଂଗ୍ରେସ ନେତାଙ୍କ ପୋଲ୍ appeared first on Odisha Reporter.
from Odisha Reporter https://ift.tt/2H8UBX9
No comments:
Post a Comment