ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍। ପୁଲିସ୍ ନଜରରୁ ବଞ୍ଚିବା ପାଇଁ ନିଜ ବାଇକ୍ ଡିକିରେ ବାଘ ଛାଲ ରଖି ପହଞ୍ଚିଥିଲେ ଅଭିଯୁକ୍ତ। ହେଲେ ସବୁ ଯୋଜନା ଫସର ଫାଟିଗଲା। ଡିଲ୍ ଚାଲିଥିବା ବେଳେ ବାଘ ଛାଲ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
କ୍ରାଇମବ୍ରାଞ୍ଚ ଏସଟିଏଫ୍ ବାଘ ଛାଲ ବିକ୍ରି ଅଭିଯୋଗରେ ବରମୁଣ୍ଡା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ପ୍ରଶାନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ । ପ୍ରଶାନ୍ତ ନିଜ ବାଇକ୍ ଡିକିରେ ଛାଲ ରଖି ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଗଲେ।
ଗିରଫ ଅଭିଯୁକ୍ତ ରାଜଧାନୀସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର କାମ କରୁଥିବା ଏସଟିଏଫ୍ ସୂଚନା ଦେଇଛି ।
The post ରାଜଧାନୀରେ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍; ଧରିଦେଲା ଏସଟିଏଫ୍ appeared first on Odisha Reporter.
from Odisha Reporter https://ift.tt/32Sonae
No comments:
Post a Comment