ଆଜିଠୁ ୨୨ଟି ରୁଟ୍‌ରେ ଗଡ଼ିବ  ‘ମୋ ବସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ଆଜିଠୁ ୨୨ଟି ରୁଟ୍‌ରେ ଗଡ଼ିବ  ‘ମୋ ବସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ଗତ କିଛି ମାସ ଧରି ବନ୍ଦ ରହିଥିବା   ‘ମୋ ବସ୍’ ସେବା ଆଜିଠାରୁ ସ୍ୱାଭାବିକ ହେବ। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟତ କରିବ । ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା କଟକଣା ଯୋଗୁଁ କିଛି ମାସ ଧରି ବନ୍ଦ ରହିବା ପରେ ପର୍ଯ୍ୟାୟ କ୍ରମେ ‘ମୋ ବସ୍’ ସେବା ଆରମ୍ଭ ହୋଇଥିଲା । ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ ଆଜିଠୁ ସବୁ ରୁଟ୍‌ରେ ଏହି ସେବା ସ୍ୱାଭାବିକ ହେବ। ଫଳରେ ବିଭିନ୍ନ ସ୍ଥାନରୁ ଯାତାୟତ ନିମନ୍ତେ ‘ମୋ ବସ୍’ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ।

The post ଆଜିଠୁ ୨୨ଟି ରୁଟ୍‌ରେ ଗଡ଼ିବ  ‘ମୋ ବସ୍’ appeared first on Odisha Reporter.



from Odisha Reporter https://ift.tt/33Nueyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages