ରୋହନପ୍ରୀତଙ୍କ ସହ ନେହାଙ୍କର ଏମିତି ହୋଇଥିଲା ପ୍ରଥମ ଦେଖା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ରୋହନପ୍ରୀତଙ୍କ ସହ ନେହାଙ୍କର ଏମିତି ହୋଇଥିଲା ପ୍ରଥମ ଦେଖା

ମୁମ୍ୱାଇ : ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିକଟରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କୁ ବିବାହ କରି ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ପ୍ରଥମେ ରୋହନପ୍ରୀତଙ୍କ ସହିତ ନେହାଙ୍କର ସମ୍ପର୍କକୁ ନେଇ ସେତେଟା ଚର୍ଚ୍ଚା ହୋଇନଥିଲା। ଅଚାନକ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା।

ତେବେ ଦୁହିଁଙ୍କର ଦେଖା କିପରି ହୋଇଥିଲା ଏବଂ ଏତେ ଶୀଘ୍ର ବିବାହକୁ ନେଇ ନେଇ ଫ୍ୟାନ୍ସଙ୍କ ମନରେ ଆଜି ବି ଅନେକ ପ୍ରଶ୍ନ ରହିଛି। ବିଗବସ୍‌ ହାଉସରେ ଏହାର ଉତ୍ତର ରଖିଛନ୍ତି ନେହା କକ୍କର। ଗତକାଲି ବିଗବସ୍‌ର ‘ୱିକେଣ୍ଡ କି ବାର୍‌’ ଏପିସୋଡ୍‌ରେ ଅତିଥି ଭାବରେ ଯୋଗ ଦେଇ ନେହା ରୋହନପ୍ରୀତଙ୍କ ସହିତ ତାଙ୍କର ପ୍ରଥମ ଦେଖା କିପରି ହୋଇଥିଲା, ସଲମାନ୍‌ ଖାନ୍‌ ଓ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

ସଲମାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ନେହା କହିଥିଲେ ‘ନେହୁ ଦା ବ୍ୟାହ’ ମ୍ୟୁଜିକ ଭିଡିଓ ଶୁଟ୍‌ କରୁଥିବା ସମୟରେ ରୋହନପ୍ରୀତଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ। ଶୁଟିଂ ସେଟ୍‌ରେ ହିଁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଫ୍ୟାନ୍ସଙ୍କୁ ଏହି ବିଷୟରେ ଜଣାଇବା ପାଇଁ ସମୟ ମିଳିନଥିଲା।

ନେହା ଆହୁରି ମଧ୍ୟ କହିଥିଲେ, ଯେ କୌଣସି ବିଷୟ ହେଉ ନା କାହିଁକି ସେହି କାମ କରିବା ପାଇଁ ସେ ଗୋଟିଏ ଥରରେ ହିଁ ନିଷ୍ପତ୍ତି ନେଇଥା’ନ୍ତି। ବିବାହ ମାମଲାରେ ମଧ୍ୟ ସେ ଠିକ୍‌ ଏହିପରି ନିଷ୍ପତ୍ତି ନେଇଥିଲେ।

ବିବାହ ପୂର୍ବରୁ ନେହାଙ୍କ ରୋକା ଓ ମେହନ୍ଦୀ ସେରିମନୀର ଫଟୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଗତ ୨୪ ଅକ୍ଟୋବରରେ ଦୁହେଁ ଧୁମ୍‌ଧାମ୍‌ରେ ବିବାହ କରିଥିଲେ।

The post ରୋହନପ୍ରୀତଙ୍କ ସହ ନେହାଙ୍କର ଏମିତି ହୋଇଥିଲା ପ୍ରଥମ ଦେଖା appeared first on Odisha Reporter.



from Odisha Reporter https://ift.tt/3o62k86

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages