ଏନକାଉଣ୍ଟର କରି ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ଏନକାଉଣ୍ଟର କରି ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର ସୁରକ୍ଷାକର୍ମୀ ଏନକାଉଣ୍ଟର କରି ଚାରି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମିୟ ବେଳେ ଜାତୀୟ ରାଜପଥ ବନ୍ଦ କରି ଦିଆଯାଇଥିଲା ବୋଲି ସୂଚନା ରହିଛି।

ସୂଚନାଅନୁଯାୟୀ, ଟୋଲ ପ୍ଲାଜା ପାଖରେ ସୁରକ୍ଷାକର୍ମୀ ସକାଳୁ ସକାଳୁ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ପାଖରେ ଥିବା ଏକ ଜଙ୍ଗଲରୁ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଛି। ସକାଳ ୫ଟା ସମୟରେ ଏହି ଗୁଳି ବିନିମିୟ ହୋଇଥିଲା ବୋଲି ସୂଚନା ରହିଛି। ଆଉ କିଛି ଆତଙ୍କବାଦୀ ଲୁଚି ଥାଇପାରନ୍ତି ବୋଲି ସୁରକ୍ଷାକର୍ମୀ ସନ୍ଦେହ କରୁଛନ୍ତି। ପୁଲିସ ଏବେ ଜମ୍ମୁ କଶ୍ମୀର ରାଜପଥ ଏବଂ ନାଗରୋଟା ଅଞ୍ଚଳକୁ ଘେରିଯାଇଛି।

ସୂଚନାଯୋଗ୍ୟ, ବୁଧବାର ସଂଧ୍ୟାରେ ଆତଙ୍କବାଦୀ ପୁଲଓ୍ୱାମାରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହେବାରୁ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତ ଆହତ ସାଧାରଣ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ଏନକାଉଣ୍ଟର କରି ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ appeared first on Odisha Reporter.



from Odisha Reporter https://ift.tt/35JhRV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages