ବିରୋଧୀଙ୍କ ଚାପ ପରେ ଚିନ୍ତାରେ ନୀତୀଶ, ବିହାର ଶିକ୍ଷାମନ୍ତ୍ରୀ ଦେଇପାରନ୍ତି ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

ବିରୋଧୀଙ୍କ ଚାପ ପରେ ଚିନ୍ତାରେ ନୀତୀଶ, ବିହାର ଶିକ୍ଷାମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶିକ୍ଷାମନ୍ତ୍ରୀ ମେଓ୍ୱଲାଲା ଚୌଧୁରୀଙ୍କୁ ନେଇ ବଢ଼ିଛି ବିବାଦ। ଜଣେ ଦୁର୍ନୀତି ଅଭିଯୁକ୍ତଙ୍କୁ ମନ୍ତ୍ରୀ କରାଇବାକୁ ନେଇ ବିରୋଧୀ ଆରଜେଡି ଏବଂ କଂଗ୍ରେସ ନୀତୀଶଙ୍କୁ ସମାଲୋଚନା କରିଥିଲା। ଏହାପରେ ମେଓ୍ୱଲାଲ ନୀତୀଶଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଏହି ଦୁଇ ନେତା ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ବାବଦରେ ଆଲୋଚନା କରିଥିବା ସୂଚନା ରହିଛି। ଏହାପରେ ମେଓ୍ୱାଲାଲ ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମଙ୍ଗଳବାର ନୀତୀଶ କୁମାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ। ଏଥିରେ ମେଓ୍ୱଲାଲା ଚୌଧୁରୀଙ୍କୁ ଶିକ୍ଷା ବିଭାଗ ଦେଇଥିଲେ ନୀତୀଶ। ମେଓ୍ୱାଲାଲ ଚୌଧୁରୀ ସହକାରୀ ପ୍ରଫେସର ଥିବା ବେଳେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଭଳି ଗୁରୁତର ମାମଲା ତାଙ୍କ ବିରୋଧରେ ରହିଛି। ଏବେ ତାଙ୍କୁ ଶିକ୍ଷା ମନ୍ତ୍ରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦୁର୍ନୀତି କରିବାର ପୁରସ୍କାର ସ୍ୱରୂପ ମେଭାଲାଲଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରିଥିଲେ ଆରଜେଡି ନେତା ତେଜସ୍ୱୀ।

ସେହିଭଳି କଂଗ୍ରେସ ନେତା ଗୌରବ କହିଥିଲେ, ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି କରିବା ପାଇଁ ମେଓ୍ୱାଲାଲ ଗୋଟିଏ ଇଞ୍ଜିନ ଏବେ ‘ସୁଶାସନ ବାବୁ’ଙ୍କୁ ଆଉ ଏକ ଇଞ୍ଜିନ୍ ଖୋଜିବା ଦରକାର ବୋଲି ସେ କହିଥିଲେ।

ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେଓ୍ୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ ୨୦୧୫ ରେ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନେଇଥିଲେ ଏବେର ଶିକ୍ଷା ମନ୍ତ୍ରୀ।

୨୦୧୨-୨୦୧୩ ମସିହାରେ କୃଷି ବିଶ୍ୱବିଦ୍ୟାଳୟରେ ୧୬୧ ସହକାରୀ ପ୍ରଫେସର ଏବଂ ଜୁନିଅର ବୈଜ୍ଞାନିକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିହାର ରାଜ ଭବନଙ୍କ ନିର୍ଦ୍ଦେଶରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ଫେବୃଆରୀ ୨୦୧୭ ରେ ସାବୋର ଥାନାରେ ପୂର୍ବତନ କୁଳପତି ମେଭାଲାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।

The post ବିରୋଧୀଙ୍କ ଚାପ ପରେ ଚିନ୍ତାରେ ନୀତୀଶ, ବିହାର ଶିକ୍ଷାମନ୍ତ୍ରୀ ଦେଇପାରନ୍ତି ଇସ୍ତଫା appeared first on Odisha Reporter.



from Odisha Reporter https://ift.tt/35KIBEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages