ସାଙ୍ଘାତିକ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 14, 2020

ସାଙ୍ଘାତିକ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି। ଏହିକ୍ରମରେ ରାଜଧାନୀରେ ଦିଲ୍ଲୀରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରିକୁ ବ୍ୟାନ୍ କରାଯାଇଛି। କିନ୍ତୁ ଶନିବାର ଦୀପାବଳି ଅବସରରେ ରାଜଧାନୀ ଲୋକେ ଖୁବ୍ ବାଣ ଫୁଟାଇ ଏସବୁ କଟକଣାକୁ ଫୁ’ କରିଦେଇଛନ୍ତି। ଏହାର ପ୍ରଭାବରେ ଦିଲ୍ଲୀରେ ବାୟୁର ପ୍ରଦୂଷଣ ମାତ୍ରା ଏବେ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରଦୁଷଣର ସ୍ତର ବିପଜ୍ଜନକ ରହିବ ଏବଂ ଏହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ।

ଦିପାବଳୀ ରାତିରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀର ଏୟାର୍ କ୍ୱାଲିଟି ଇଣ୍ଡେକ୍ସନ୍ (AQI) ବିପଜ୍ଜନକ ଶ୍ରେଣୀରେ ପହଞ୍ଚିଯାଇଛି। ଦିଲ୍ଲୀର କିଛି ଅଞ୍ଚଳରେ AQI ଏବେ ୯୯୯ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ପ୍ରଦୁଷଣର ମୁକାବିଲା ପାଇଁ ଉତ୍ତର ଦିଲ୍ଲୀ ନଗର ନିଗମ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଣି ଛିଞ୍ଚନ କରିଥିଲା। ବିଶେଷ କରି ହଟ୍ ସ୍ପଟ୍ ଅଞ୍ଚଳରେ ପ୍ରଦୁଷଣକୁ କମ୍ କରିବା ପାଇଁ ଖୋଦ୍ ଉତ୍ତର ଦିଲ୍ଲୀର ମେୟର ଜୟପ୍ରକାଶ ରାସ୍ତାକୁ ଓହ୍ଲାଇଥିଲେ।

ଦିଲ୍ଲୀରେ ରାତି ୪ଟା ପର୍ଯ୍ୟନ୍ତ AQI ବିପଜ୍ଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଆନନ୍ଦ ବିହାରରେ AQI ୫୭୨, ମନ୍ଦିର ମାର୍ଗରେ ୭୮୫, ପଞ୍ଜାବୀ ବାଗରେ ୫୪୪, ଦ୍ୱାରକା ସେକ୍ଟର-୧୮ରେ ୫୦୦, ସୋନିଆ ବିହାରରେ ୪୬୨, ଆମେରିକା ଦୂତାବାସରେ ୬୧୦, ଶହୀଦ ସୁଖଦେବ କଲେଜ୍ ଅଫ୍ ବିଜନେସ୍ ଷ୍ଟଡିଜରେ ୯୯୯, ଜଙ୍ଗାଗିରପୁରରେ ୭୭୩, ସତ୍ୟବତୀ କଲେଜରେ ୮୧୮ ଓ ବବାନାରେ ୬୨୩ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ କରୋନା ସମୀକ୍ଷା କରିବା ପରେ ଦିଲ୍ଲୀ ସରକାର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ବ୍ୟାନ୍ ଲଗାଇଥିଲେ। ଯେହେତୁ ଦିଲ୍ଲୀରେ ଏବେ କରୋନା ୟୁଟର୍ଣ୍ଣ କରିଛି, ତେଣୁ ରାଜ୍ୟ ସରକାର ଏହି ଘୋଷଣା କରିଥିଲେ। ଏପରିକି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ବାଣ ନଫୁଟାଇବା ପାଇଁ ଅପିଲ୍ କରିଥିଲେ।

The post ସାଙ୍ଘାତିକ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ appeared first on Odisha Reporter.



from Odisha Reporter https://ift.tt/35xgd8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages