୪ ବର୍ଷ ଧରି ପାଇଖାନା ଘରେ ବିତୁଛି ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 14, 2020

୪ ବର୍ଷ ଧରି ପାଇଖାନା ଘରେ ବିତୁଛି ଜୀବନ

ଗଜପତି (ଓଡ଼ିଶା ରିପୋର୍ଟର): ବାପା-ମା ନାହାନ୍ତି। ଏହି ଦୁଃଖ ସାଙ୍ଗକୁ ଶରୀର ଅସୁସ୍ଥ। ଏପରିକି ମାନସିକ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୪ ବର୍ଷ ଧରି ପାଇଖାନା ଘରେ ବିତୁଛି ଜୀବନ। ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ପ୍ରେମି ନାୟକଙ୍କ କଥା। ପ୍ରେମିଙ୍କ ଦୁଃଖର କଥା ନକହିଲେ ସରେ।

ବାପା-ମା’ଙ୍କର ଦେହାନ୍ତ ହେବା ପରେ ପ୍ରେମିଙ୍କୁ ବାରମ୍ବାର ଜ୍ୱର ହେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ପାଖରେ କେହି ନଥିବାରୁ ଗରିବ ମାମୁ ହିଁ ତାଙ୍କର ଦେଖାଶୁଣା କରୁଥିଲେ। ମାମୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇ ଚିକିତ୍ସା ମଧ୍ୟ କରାଇଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା। ଯାହା ପରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଜାନୀ ଓ ଗୁଣିଆ ପାଖରେ କୁକୁଡ଼ା ଓ ଛେଳି ଦେବା ସହ ବହୁ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। ତଥାପି ପ୍ରେମିଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।

ବାପା ଓ ମା’ ନଥିବାର ଦୁଃଖ ଓ ବାରମ୍ବାର ଅସୁସ୍ଥତା କାରଣରୁ ପ୍ରେମି ଧିରେ ଧିରେ ନିଜର ମାନସିକ ସନ୍ତୁଳନ ହରାଇବା ସହ ଆଲୁଅ ଓ ଲୋକଙ୍କ କୋଳାହଳ ଶବ୍ଦକୁ ମଧ୍ୟ ଘୃଣା କରିବାକୁ ଲାଗିଥିଲେ। ଯାହା ଫଳରେ ସେ ଘର ଛାଡ଼ି ପାଇଖାନା ଘରେ ରହିବାକୁ ମନସ୍ଥ କରିଥିଲେ। ଏବେ ମାନସିକ ରୋଗରେ ଆକ୍ରାନ୍ତ ହେବା ସହ ତାଙ୍କର ଦୁଇଟି ଯାକ ଗୋଡ଼ ମଧ୍ୟ ଅଚଳ ହୋଇଯାଇଛି। ଗୋଡ଼ ଅଚଳ ହୋଇପଡ଼ିବାରୁ ତାଙ୍କୁ ହାତରେ ଉଠାଇ ନେବାକୁ ପଡ଼ୁଛି। ଏଭଳି ସ୍ଥିତି ଗରିବ ମାମୁ ପ୍ରେମିକୁ ଭଲ ମେଡିକାଲରେ ଚିକିତ୍ସା କରାଇବା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।

The post ୪ ବର୍ଷ ଧରି ପାଇଖାନା ଘରେ ବିତୁଛି ଜୀବନ appeared first on Odisha Reporter.



from Odisha Reporter https://ift.tt/3eYpuKp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages