ଭେଣ୍ଟିଲେଟରରେ ଟେଲି ଅଭିନେତ୍ରୀ ଦିବ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ଭେଣ୍ଟିଲେଟରରେ ଟେଲି ଅଭିନେତ୍ରୀ ଦିବ୍ୟା

ମୁମ୍ୱାଇ : ସିରିଏଲ୍‌ ‘ୟୈ ରିସ୍ତା କ୍ୟା କେହଲାତା ହୈ’ ଅଭିନୟ କରୁଥିବା ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଦିବ୍ୟାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ତାଙ୍କ ମା’ ଓ ଭାଇ ମୁମ୍ୱାଇରେ ଆସି ପହଞ୍ଚିଛନ୍ତି।

ସିରିଏଲ୍‌ ‘ତେରା ୟାର୍‌ ହୁଁ ମେଁ’ରେ ଅଭିନୟ କରୁଥିବା ସମୟରେ ଦିବ୍ୟା ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ୨୬ ନଭେମ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଦିବ୍ୟାଙ୍କ ମା’ଙ୍କର କହିବା ଅନୁସାରେ ଆମକୁ ଦିବ୍ୟାର ସ୍ୱାସ୍ଥ୍ୟ ବିଷୟରେ ଜଣାପଡ଼ିବା ପରେ ମୁଁ ଏବଂ ତା’ର ଭାଇ ମୁମ୍ୱାଇ ଚାଲିଆସିଥିଲୁ। କ୍ରିଟିକାଲ୍‌ ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଦିବ୍ୟାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରାଯାଇଛି। ଯେଉଁଥିରେ ସେ ହସ୍ପିଟାଲ ବେଡ୍‌ରେ ଶୋଇଥିବା ଦେଖିବାକୁ ମିଳିଛି ଏବଂ ଫଟୋ କ୍ୟାପସନ୍‌ରେ ଦିବ୍ୟାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟପଟେ ଦିବ୍ୟାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ପରେ ତାଙ୍କ ମା’ ଦିବ୍ୟାଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦିବ୍ୟାଙ୍କ ବୈବାହିକ ଜୀବନ ଠିକ୍‌ରେ ଚାଲିନଥିଲା। ଯାହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ୨୦୧୯ ମସିହାରେ ଗଗନ ନାମରେ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। କିନ୍ତୁ ସ୍ୱାମୀଙ୍କ ସହ ମତାନ୍ତର ଯୋଗୁଁ ଦିବ୍ୟା ଏକୁଟିଆ ରହୁଥିଲେ।

ସୂଚନାଯୋଗ୍ୟ, ଦିବ୍ୟାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶୁଟିଂ ସେଟ୍‌ରେ ଉପସ୍ଥିତ ଥିବା ସମସ୍ତ କ୍ରୁ ମେମ୍ୱରଙ୍କ କରୋନା ଟେଷ୍ଟ କରାଯାଇଛି।

The post ଭେଣ୍ଟିଲେଟରରେ ଟେଲି ଅଭିନେତ୍ରୀ ଦିବ୍ୟା appeared first on Odisha Reporter.



from Odisha Reporter https://ift.tt/2VggYxf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages