ନରସଂହାର, ୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ନରସଂହାର, ୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା

ଅବୁଜା (ନାଇଜେରିଆ): ନାଇଜେରିଆରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି। ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏଭଳି ଘଟଣା ପୂରା ଦେଶକୁ ଆଘାତ ଦେଇଛି।

ଏହି ଭୟାବହ ଆକ୍ରମଣରୁ ବର୍ତ୍ତିଯାଇଥିବା ଲୋକଙ୍କୁ ସହାୟତା କରିଥିବା ମିଲିସିଆର ନେତା ବାବାକୁରା କୋଲୋ କହିଛନ୍ତି, ଶ୍ରମିକଙ୍କୁ ପ୍ରଥମେ ରଶିରେ ବନ୍ଧା ଯାଇଥିଲା ଏବଂ ଏହା ପରେ ଅତି ନିଷ୍ଠୁର ଭାବେ ସେମାନଙ୍କର ଗଳା କାଟିଦିଆ ଯାଇଥିଲା। ଆମକୁ ୪୩ ମୃତଦେହ ମିଳିଛି ଏବଂ ସମସ୍ତଙ୍କ ଗଳା କଟାଯାଇଛି। ବୋକୋ ହରାମ୍ ହିଁ ଏଭଳି କାମ କରିଛନ୍ତି, ଯେଉଁମାନେ ଏହି ଅଞ୍ଚଳରେ ଖୁବ୍ ସକ୍ରିୟ। ତେବେ ସେମାନେ ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ କରିସାରିଛନ୍ତି।

ମୃତ୍ୟୁବରଣ କରିଥିବା ସମସ୍ତେ ସୋକୋଟୋ ରାଜ୍ୟର ଶ୍ରମିକ ଥିଲେ। ଏମାନେ ଉତ୍ତରପୂର୍ବରେ କାମ ସନ୍ଧାନରେ ଯାଇଥିଲେ। ମୋଟ ୬୦ଜଣ ଚାଉଳ ଚାଷ ଜମିରେ କାମ କରୁଥିଲେ। ସେଥିରୁ ୪୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଏବେବି ୮ଜଣ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ୨୦୦୯ ପରଠାରୁ ପାଖାପାଖି ୩୬ହଜାର ଲୋକଙ୍କର ଜିହାଦ ବିବାଦ କାରଣରୁ ମୃତ୍ୟୁ ହୋଇଥିବା ବେଳେ ୨୦ଲକ୍ଷରୁ ଅଧିକ ବିସ୍ତାପିତ ହୋଇଛନ୍ତି।

The post ନରସଂହାର, ୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା appeared first on Odisha Reporter.



from Odisha Reporter https://ift.tt/3fNNr7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages