ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲ ଆଉ ନାହାନ୍ତି। ଆଜି ଭୋର ୩.୩୦ରେ କରୋନା ସହ ଲଢ଼େଇ କରି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ତଥା କଂଗ୍ରେସର ଚାଣକ୍ୟ ଭାବେ ଅହମଦ ପଟେଲ ବେଶ ପରିଚୟ ହାସଲ କରିଥିଲେ।
ସର୍ବାଦା ପରାଦ ପଛରେ ରହି ଗୋଟି ଚାଳନା କରୁଥିବା ଶ୍ରୀ ପଟେଲ ବହୁତ କମ ଟିଭି ଓ ଖବରକାଗଜକୁ ବୟାନ ଦିଅନ୍ତି। ତଥାପି କଂଗ୍ରେସକୁ ଅନେକ ସମୟରେ ସେ ବିପଦରୁ ରକ୍ଷା କରିଛନ୍ତି। ଖାସ୍ ଏହି ଗୁଣ ପାଇଁ ଦଳରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।
ନେହରୁ-ଗାନ୍ଧି ପରିବାରର ବିଶ୍ୱସ୍ତ ତଥା ୮ଥର ସାଂସଦ ହୋଇଥିବା ଅହମଦ ପଟେଲଙ୍କ ରାଜନୀତିକ କ୍ୟାରିୟର ୟୁଥ କଂଗ୍ରେସରୁ ଆରମ୍ଭ ହୋଇଥିଲା। ୧୯୭୭ ମସିହାରେ ଇନ୍ଦିରା ଗାନ୍ଧି ତାଙ୍କୁ ଗୁଜରାଟର ବାହରୁଚରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲେ।
ଟିକେଟ ପାଇବା ବେଳେ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ସେହିପରି ୧୯୭୫ ଜରୁରୀ କାଳୀନ ସ୍ଥିତି ପରେ କଂଗ୍ରେସ ପ୍ରତି ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି ହୋଇଥିଲେ। କଂଗ୍ରେସ ମଧ୍ୟ ଜନତା ପାର୍ଟିଠାରୁ ପରାସ୍ତ ହୋଇଥିଲା। ତଥାପି ଅହମଦ ପଟେଲ କଂଗ୍ରେସର ମାନ ରଖି ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଏହାପରଠାରୁ ସେ କେବେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ରାଜ୍ୟସଭାକୁ ୫ଥର ଓ ଲୋକସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଅନେକ ଲୋକ ତାଙ୍କ ରାଜନୀତିକ ଗୋଟି ଚାଳନାକୁ ଦୃଷ୍ଟିରେ ରଖି ତାଙ୍କୁ କଂଗ୍ରେସର ଚାଣକ୍ୟ ବୋଲି ସମ୍ବୋଧନ କରନ୍ତି।
ଗାନ୍ଧି ପରିବାରର ଏକାଧିକ ଜେନେରେସନ ସହ କାମ କରିଥିବା ଶ୍ରୀ ପଟେଲ ୨୦୦୪ ଓ ୨୦୦୯ରେ କଂଗ୍ରେସ ବିଜୟର ନାୟକ ରହିଥିଲେ। ତଥାପି ସେ କେବେ ହେଲେ କେନ୍ଦ୍ରରେ ମନ୍ତ୍ରୀ ହୋଇ ନଥିଲେ। ସୋନିଆ ଗାନ୍ଧିଙ୍କ ଖାସ୍ ଲୋକ ଭାବେ ଜଣାଶୁଣା ଅହମଦ ପଟେଲ ଅନେକ ବର୍ଷ ଧରି ତାଙ୍କ ରାଜନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି। ଏଥିପାଇଁ ଦଳର କିଛି ହାତ ଗଣତି ପାୱାରଫୁଲ ନେତାଙ୍କ ମଧ୍ୟରେ ସର୍ବଦା ତାଙ୍କ ନାଁ ରହିଥାଏ।
ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ିରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବା ପଛରେ ଅହମଦ ପଟେଲ ରହିଥିଲେ। ସେ ହିଁ ଶିବସେନା ସହ କଂଗ୍ରେସ-ଏନସିପି ମେଣ୍ଟକୁ ନେଇ ଆଲୋଚନା କରିଥିଲେ। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ସଚିନ ପାଇଲଟ ଯିବା ବେଳେ ସେ ଏହି ଏହାକୁ ରୋକିବାକୁ ଗୋଟି ଚାଳନା କରିଥିଲେ। ବ୍ୟାକଡୋର୍ରେ ସଚିନଙ୍କ ସହ କଥା ହୋଇ ତାଙ୍କୁ କଂଗ୍ରେସରେ ରଖିବାକୁ ଶ୍ରୀ ପଟେଲ ସକ୍ଷମ ହୋଇଥିଲେ। ଯଦି ଅହମଦ ପଟେଲ ନଥାଆନ୍ତେ, ତା’ହେଲେ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ କଂଗ୍ରେସ ଗାଦିଚ୍ୟୁ ହୋଇଥାଆନ୍ତା।
ଖାଲି ସେତିକି ନୁହେଁ, ସୋନିଆ ଗାନ୍ଧି ରାଜନୀତିରେ ପ୍ରବେଶ କରିବା ବେଳେ ସେ ଅହମଦ ପଟେଲଙ୍କୁ ନିଜର ରାଜନୀତିକ ପରାମର୍ଶଦାତା ଭାବେ ଚୟନ କରିଥିଲେ। ସୋନିଆ ଓ ଅହମଦ ପଟେଲ କଂଗ୍ରେସକୁ ଅନେକ ସମସ୍ୟାରୁ ମୁକୁଳାଇଛନ୍ତି।
ବୁଧବାର ତାଙ୍କ ବିୟୋଗରେ ସୋନିଆ ଗାନ୍ଧି ଗଭୀର ଭାବେ ମର୍ମାତ ହୋଇଛନ୍ତି। ସେ କହିଛନ୍ତି, ଆଜି ମୁଁ ମୋର ବ୍ୟକ୍ତିଗତ ସହଯୋଗୀଙ୍କୁ ହରାଇଛି। ସେ ତାଙ୍କର ପୂରା ଜୀବନ କଂଗ୍ରେସ ପାଇଁ ଉର୍ତ୍ସଗୀକୃତ କରିଦେଇଥିଲେ।
The post ଅହମଦ ପଟେଲ: ସୋନିଆଙ୍କ ସହଯୋଗୀରୁ କଂଗ୍ରେସର ଚାଣକ୍ୟ appeared first on Odisha Reporter.
from Odisha Reporter https://ift.tt/33fb5Vo
No comments:
Post a Comment