ହାଜତରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ହାଜତରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଣି ଥାନା ଭିତରେ ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ଏମିତି ଅଭିଯୋଗ କେନ୍ଦୁଝର ଜିଲ୍ଲା କାମେଶ୍ୱରପୁରର ପାଟଣା ଗ୍ରାମରୁ ଆସିଛି, ଯେଉଁଠାରେ ହାଜତରେ ଜଣେ ନାବାଳକକୁ ମାଡ଼ ମରାଯାଇଛି। ଏ ନେଇ ଖୋଦ୍ ନାବାଳକ ଏବଂ ତା’ର ମା’ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଆସି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ନାବାଳକ ପୁଅକୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା। ତେବେ ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆସିବା ପରେ କିଛି ସମୟ ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ମାତ୍ର ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ପୁଅକୁ ମାଡ଼ ମାରି ଗୋଡକୁ କ୍ଷତାକ୍ତ କରି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାପରେ ଥାନା ପକ୍ଷରୁ ତାଙ୍କୁ ଛାଡି ଦିଆଯାଇଥିଲା। ମାତ୍ର ନାବାଳକ ଆଉ ଚାଲି ପାରି ନ ଥିଲେ। ଏହାପରେ ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲେ। ଏବେ ଥାନାର ଦୁଇ ଜଣ ଅଧିକାରୀ ବାରମ୍ବାର ନାବାଳକର ମାଆଙ୍କ ପରିବାରକୁ ଧମକ ଦେଉଥିବା ନେଇ ଆଜି କେନ୍ଦୁଝର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ୍ ପାଖରୁ ନ୍ୟାୟ ନମିଳିବା ପରେ ଉଭୟ ମା’ ଓ ପୁଅ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଥାନା ଭିତରେ ନାବାଳକଙ୍କୁ ମାଡ଼ ଅଭିଯୋଗ ଉପରେ ପୁଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

The post ହାଜତରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2HBU2W0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages