ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜୁଲାଇ ପହିଲାରେ ଯେଉଁ ବସ୍ ଭଡା ରାଜ୍ୟ ସରକାର ସ୍ଥିର କରିଥିଲେ ତାହା ଅପରିବର୍ତ୍ତିତ ରହିଛି । କିନ୍ତୁ ଏହାକୁ ଅବମାନନା କରି ରାଜ୍ୟରେ କିଛି ବସ୍ ମାଲିକ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିଛି। ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ।
ଯାତ୍ରୀମାନଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ କରୁଛି। ତେଣୁ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଏହାବାଦ ପରମିଟ୍ ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଗତକାଲି ୮ଟି ବସ୍କୁ ଜବତ କରାଯାଇଛି। ଆରଟିଓ ଭୁବନେଶ୍ୱର ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି ଚଢଉ କରାଯାଇଥିଲା।
ସୂଚନାଯୋଗ୍ୟ, ଶେଷ ଥର ପାଇଁ ଗତ ଜୁଲାଇ ପହିଲାରେ ରାଜ୍ୟ ସରକାର ବସ୍ ଭଡା ସ୍ଥିର କରିଥିଲେ ତାହା ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । କିଲୋମିଟର ପିଛା ଅର୍ଡିନାରୀ ପାଇଁ ୭୨, ଏକ୍ସପ୍ରେସ ପାଇଁ ୭୫ ପଇସା, ଡିଲକ୍ସ ପାଇଁ ୧୦୫ ଓ ଏସି ଡିଲକ୍ସ ପାଇଁ ୧୨୭ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି । ତେଣୁ ନିର୍ଦ୍ଧାରିତ ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ଏହାକୁ ଖିଲାପ କରି ଯାତ୍ରୀଙ୍କଠାରୁ ଅଧିକ ଭଡ଼ା କରି ସେମାନଙ୍କୁ ଶୋଷଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର।
The post ‘ଯାତ୍ରୀଙ୍କଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ’ appeared first on Odisha Reporter.
from Odisha Reporter https://ift.tt/329AYFJ
No comments:
Post a Comment