ପୁରୀ(ଓଡ଼ିଶା ରିପୋର୍ଟର): ପତିତପାବନଙ୍କୁ ଅତି ନିକଟରୁ ଦର୍ଶନ କରିବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷାରତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କାର୍ତ୍ତିକ ମାସ ସହ ହବିଷ୍ୟାଳିଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼କୁ ପ୍ରାୟ ୨୦ ଫୁଟକୁ ଘୁଞ୍ଚାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।
ଫଳରେ ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ଯାଇ ଭକ୍ତ ଏବଂ ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ପ୍ରସ୍ଥାନ ବେଳେ କାକୁଡି ଖାଇ ଛକ କିମ୍ବା ଯେଉଁ ପଟ ଦେଇ ଯାଇଥିବେ, ସେହି ପଟ ଦେଇ ଫେରିବେ ଶ୍ରଦ୍ଧାଳୁ ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ବ୍ୟାରିକେଡ ଦେଇ ଏବଂ ବାଲିସାହି ପଟୁ କାକୁଡିଖାଇ ରାସ୍ତାରେ ପ୍ରବେଶ କରିପାରିବେ ଭକ୍ତ ଏବଂ ଶ୍ରଦ୍ଧାଳୁ। ମନ୍ଦିର ଭିତରକୁ ପ୍ରବେଶ କରି ନ ପାରିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରୁ ପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଅନୁମତି ମିଳିଥିବାରୁ ଭକ୍ତମାନେ ଖୁବ୍ ଆନନ୍ଦିତ ହୋଇଛନ୍ତି।
ଦୀର୍ଘ ଦିନ ହେଲା କାଳିଆ ସାଆନ୍ତଙ୍କୁ ଦେଖି ପାରି ନାହୁଁ କି ଦୁଃଖ ଜଣାଇ ପାରି ନାହୁଁ। ଏବେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଗଲାଣି। ତେଣୁ ଅନ୍ତଃତ ପକ୍ଷେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନ ଦେଲେ ମଧ୍ୟ ଅରୁଣ ସ୍ତମ୍ବ ପର୍ଯ୍ୟନ୍ତ ଛାଡ଼ିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ।
The post ଏଣିକି ସିଂହଦ୍ୱାର ସମ୍ମୁଖରୁ ଭକ୍ତ କରିପାରିବେ କାଳିଆ ଦର୍ଶନ appeared first on Odisha Reporter.
from Odisha Reporter https://ift.tt/2I4ttZb
No comments:
Post a Comment