ପାଟନା: କରୋନା କଟକଣା ଭିତରେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ମତଦାନ ହେବ। ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ୍ କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ ସେଗୁଡ଼ିକ ହେଉଛି ରାଘୋପୁର, ହାସନପୁର, ବାଙ୍କିପୁର, ବେଗୁସରାଇ, ଝାଂଝାରପୁର। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତଥା ମହାଗଠବନ୍ଧର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ। ସେ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ସେହିଭଳି ତେଜସ୍ୱୀ ଯାଦବଙ୍କ ବଡ ଭାଇ ତେଜ୍ ପ୍ରତାପ ଯାଦବଙ୍କ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ। ସେ ହସନପୁରରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଥର ବିହାର ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘନ ସିହ୍ନାଙ୍କ ପୁଅ ଲବ ସିହ୍ନା। ସେ ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଗତ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ଜେଡିୟୁ ୪୩, ଭିଆଇପି (ବିକାଶଶୀଳ ଇନସାନ୍ ପାର୍ଟି) ୫ ଆସନରେ ନିର୍ବାଚନ ଲଢ଼ୁଛି। ବିରୋଧୀଙ୍କ ମଧ୍ୟରେ ଆରଜେଡି ୫୬ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ କଂଗ୍ରେସ ୨୪ ଆସନରେ ନିର୍ବାଚନ ଲଢ଼ୁଛି। ତେବେ ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲଜେପି ୫୨ ଆସନ, ଆରଏଲଏସପି ୩୬ ଆସନରେ ନିର୍ବାଚନ ଲଢ଼ୁଛି।
The post ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3jSHkyY
No comments:
Post a Comment