ଅନୁଗୋଳ(ବିରଜା ପ୍ରସାଦ ଦାସ): ସାତକୋଶିଆ ଅଭୟାରଣ୍ୟରୁ ଉଦ୍ଧାର ଅସୁସ୍ଥ ମାଈ ହାତୀ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି। ମୃତ ହାତୀର ବୟସ ୨୫ ବର୍ଷ ହେବ ।
ରବିବାର ଦିନ ବନ ବିଭାଗ କର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଜିଲିଣ୍ଡା ରେଂଜରେ ଏକ ମାଇ ହାତୀ ଓ ଛୁଆ ହାତୀକୁ ଠାବ କରିଥିଲେ । ମାଈ ହାତୀ ତଳେ ପଡ଼ିଥିବା ବେଳେ ଛୁଆ ହାତୀ ପାଖରେ ଛିଡ଼ା ହୋଇଥିଲା । ଏହାପରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତା’ ପଛ ଗୋଡ଼ରେ କ୍ଷତ ହୋଇଥିବା ବନ ବିଭାଗ ସୂଚନା ଦେଇଥିଲା । ଦୁଇ ଦିନ ଧରି ଚିକିତ୍ସା କରାଯାଇଥିଲେ ବି ଶେଷରେ ହାତୀଟି ଆଖି ବୁଜିଥିବା ଜଣାଯାଇଛି।
The post ଶେଷରେ ଆଖି ବୁଜିଲା ଅସୁସ୍ଥ ହାତୀ appeared first on Odisha Reporter.
from Odisha Reporter https://ift.tt/3oOmfcN
No comments:
Post a Comment