ଆଇସିୟୁରେ ‘ଆଶିକି’ ହିରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ଆଇସିୟୁରେ ‘ଆଶିକି’ ହିରୋ

ମୁମ୍ୱାଇ : ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ଆଶିକି’ରେ ଅଭିନୟ କରି ବଲିଉଡ୍‌ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ରାହୁଲ ରୟ ବ୍ରେନ୍‌ ଷ୍ଟ୍ରୋକର ଶିକାର ହୋଇଛନ୍ତି। କାରଗିଲରେ ଫିଲ୍ମର ଶୁଟିଂ କରୁଥିବା ସମୟରେ ଅଚାନକ ରାହୁଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ଏହାପୂର୍ବରୁ ମଧ୍ୟ ଅସୁସ୍ଥ ହେବା ଯୋଗୁଁ ୫୨ ବର୍ଷୀୟ ରାହୁଲ ନାନାବତୀ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ପ୍ରୋଗ୍ରେସିଭ୍‌ ବ୍ରେନ୍‌ ଷ୍ଟ୍ରୋକ ଆସିବା ଯୋଗୁଁ ରାହୁଲଙ୍କୁ ଆଇସିୟୁରେ ରଖାଯାଇଛି।  ତାଙ୍କ ଟ୍ରିଟମେଣ୍ଟ ଜାରିରହିଛି ଏବଂ ଠିକ୍‌ ହେବା ପାଇଁ ସମୟ ଲାଗିବ।

ରାହୁଲଙ୍କର ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଲିଉଡର ବିଭିନ୍ନ କଳାକାର ଓ ଫ୍ୟାନ୍ସ ରାହୁଲ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି’ରେ ରାହୁଲ ଡେବ୍ୟୁ କରିଥିଲେ। ଫିଲ୍ମଟି ସୁପରହିଟ୍ ହେବା ପରେ ରାହୁଲ ୪୭ଟି ଫିଲ୍ମରେ ସାଇନ୍‌ କରିଥିଲେ। ହେଲେ କୌଣସି ଫିଲ୍ମରେ ସଫଳତା ପାଇପାରିନଥିଲେ। ଏହାପରେ ରାହୁଲ ‘ବିଗବସ୍‌’ ସିଜନ୍‌-୧ର ଟାଇଟଲ୍‌ ଜିତି ଚର୍ଚ୍ଚାରେ ରହିଥିଲେ।

ଲମ୍ୱା ସମୟ ଧରି ଅଭିନୟଠାରୁ ଦୂରେଇ ରହିଥିବା ରାହୁଲଙ୍କୁ ଫ୍ୟାନ୍ସ ‘LAC- Live the Battle’ ଫିଲ୍ମରେ ଦେଖିବାକୁ ପାଇଥା’ନ୍ତେ। ଯାହାର ଶୁଟିଂରେ କାରଗିଲ୍‌ରେ କରାଯାଉଛି। କିନ୍ତୁ ରାହୁଲ ଅସୁସ୍ଥ ହେବା ପରେ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ କରାଯାଇଛି।

The post ଆଇସିୟୁରେ ‘ଆଶିକି’ ହିରୋ appeared first on Odisha Reporter.



from Odisha Reporter https://ift.tt/2HTWes6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages