ମାରାଡୋନାଙ୍କ ପରେ ଆଉ ଜଣେ ବିଶ୍ୱକପ୍ ହିରୋଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ମାରାଡୋନାଙ୍କ ପରେ ଆଉ ଜଣେ ବିଶ୍ୱକପ୍ ହିରୋଙ୍କ ପରଲୋକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ମହାନ୍ ଫୁଟବଲର ଡିଏଗୋ ମାରାଡୋନାଙ୍କର ପରଲୋକ ପରେ ପରେ ଏବେ ଆଉଜଣେ ମହାନ୍ ତାରକାଙ୍କ ଦେହାନ୍ତ ଫୁଟବଲ ଜଗତକୁ ଦୋହଲାଇ ଦେଇଛି। ସେନେଗଲଙ୍କ କିମ୍ବଦନ୍ତୀ ଫୁଟବଲର ପାପା ବୌବା ଡିଅପ୍‌ଙ୍କର ମାତ୍ର ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି।

ପାପା ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ହେଲେ ରବିବାର ରାତିରେ ପ୍ୟାରିସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ଇଂଲଣ୍ଡର ପୂର୍ବତନ ମିଡଫିଲ୍ଡର୍ କ୍ରିସ୍ କାମରା ସମେତ ଅନେକ ଫୁଟବଲର୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପାପା ସେହି ଫୁଟବଲର, ଯିଏ ୨୦୦୨ ଫିଫା ୱାର୍ଲ୍ଡ କପରେ ନିଜର ଯାଦୁଗରୀ ଗୋଲ୍ ବଳରେ ଚାମ୍ପିୟନ୍ ଫ୍ରାନ୍ସକୁ ହରାଇଥିଲା। ତାଙ୍କର ସେହି ଏକମାତ୍ର ଗୋଲ ବଳରେ ଫିଫା ରାଙ୍କିଙ୍ଗରେ ବହୁ ପଛରେ ଥିବା ସେନେଗଲ୍ ଫ୍ରାନ୍ସ ଭଳି ମଜଭୁତ୍ ଦଳକୁ ୧-୦ରେ ହରାଇ ଇତିହାସ ରଚିଥିଲା। ଉକ୍ତ ମୁକାବିଲାରେ ପାପାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟ ୱାର୍ଲ୍ଡକପର ପ୍ରଥମ ମ୍ୟାଚ୍ ଥିଲା।

୨୮ ଜାନୁଆରୀ, ୧୯୭୮ରେ ଜନ୍ମିତ ଏହି ଷ୍ଟାର୍ ଫୁଟବଲର୍ ନିଜ କ୍ୟାରିୟରରେ ଫୁଲହାମ୍, ୱେଷ୍ଟ ହାମ୍ ୟୁନାଇଟେଡ୍ ଏବଂ ବର୍ମିଂହାମ୍ ସିଟି ଭଳି ନାମୀ ଫୁଟବଲ୍ କ୍ଲବ୍ ପକ୍ଷରୁ ଖେଳିଛନ୍ତି। ସେ ନିଜର ପେସାଦାର କ୍ୟାରିୟରରେ ୨୬୧ ମ୍ୟାଚ୍ ଖେଳି ୨୬ ଗୋଲ୍ ଦେଇଛନ୍ତି। ସେହିପରି ଅନ୍ତର୍ଜାତୀ କ୍ୟାରିୟରରେ ପାପା ୬୩ ମ୍ୟାଚରେ ୧୧ ଗୋଲ୍ ସ୍କୋର କରିଛନ୍ତି।

The post ମାରାଡୋନାଙ୍କ ପରେ ଆଉ ଜଣେ ବିଶ୍ୱକପ୍ ହିରୋଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/37ij31k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages