ପିପିଲି ଥାନାରେ ନିର୍ଯାତନା; ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

ପିପିଲି ଥାନାରେ ନିର୍ଯାତନା; ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଗୁରୁତର

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ପୁରୀ ଜିଲ୍ଲାର ପିପିଲି ଥାନାରୁ ଏଭଳି ଏକ ଲୋମଟାଙ୍କୁରା ଅଭିଯୋଗ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ,  ପିପିଲି ଥାନା ଭବାନୀପୁରର ଏକ ଆକ୍ରମଣ ମାମଲାରେ ଗତ ୧୯ ତାରିଖରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ମାରଣାସ୍ତ୍ର ଓ ବାଇକ୍ ଜବତ ହୋଇଥିଲା । କୋର୍ଟଚାଲାଣ ପରେ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲ୍‌କୁ ପଠାଇ ଦିଆଯାଇଥିଲା ।

୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ଲାଗି ପଠାଯାଇଥିଲା । ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସିଏଚ୍ଏସି ପକ୍ଷରୁ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଏହାପରେ ଅଭିଯୁକ୍ତଙ୍କୁ ନିମାପଡ଼ା ଜେଲ୍‌କୁ ନେବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୁଲିସ୍‌  ହେପାଜତରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ଏହି ମାମଲାର ଜଣେ ଅଭିଯୁକ୍ତଙ୍କୁ ପିପିଲି ଥାନା ପୁଲିସ୍‌ ୯ ଦିନ ହେଲା ଉଠାଇ ନେଇଥିବା ବେଳେ ଭେଟ କରାଇ ଦେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

The post ପିପିଲି ଥାନାରେ ନିର୍ଯାତନା; ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଗୁରୁତର appeared first on Odisha Reporter.



from Odisha Reporter https://ift.tt/2HmcFx3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages