ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ଗ୍ରାଫ ତଳମୁହାଁ ରହିଛି। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ହେଲେ ଆଗକୁ ଶୀତ ଦିନ । ତେଣୁ ରାଜ୍ୟରେ କରୋନା କେସ୍ ବଢ଼ିପାରେ। ଏଥିପାଇଁ ଅଧିକ ସଚେତନ ଓ ସତର୍କ ରହିବା ଆକଶ୍ୟକ। ହେଲେ ଫୁଟପାଥରେ ଜୀବନ ବିତାଉଥିବା ଲୋକଟି କିପରି କରୋନା ସହ ମୁକାବିଲା କରିବ? ତାକୁ ନେଇ ଉଠିଛି ପ୍ରଶ୍ନ।
ରାଜଧାନୀ ଭୁବନେଶ୍ୱରରେ ବହୁ ଲୋକ ରାସ୍ତାକଡରେ ଶୁଅନ୍ତି। ରାଜମହଲ, ରାମମନ୍ଦିର, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ଭଳି ଏକାଧିକ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଶୀତ ଦିନ ଲାଗି ଏମାନଙ୍କ ପାଇଁ ସରକାର ତରଫରୁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଖୋଲା ଆକାଶ ତଳେ କିପରି କେଷ୍ଟମେଷ୍ଟ ରାତି କାଟିବେ ସେନେଇ ଲୋକେ ପ୍ରତିଦିନ ସଂଘର୍ଷ କରନ୍ତି। ଏମାନଙ୍କ ପାଖରେ ନା ଭଲକରି ଘୋଡ଼ାଇ ହେବା ଭଳି ଚାଦର ଅଛି ନା ପିଠିକୁ ଆରାମ ଦେଲା ଭଳି ବିଛଣା।
ରାଜ୍ୟରେ ଥଣ୍ଡା ବଢ଼ିବ ସହ କରୋନା ମହାମାରୀର ସମ୍ଭାବନା ମଧ୍ୟ ବଢ଼ିବ । ତେଣୁ ତା’ପୂର୍ବରୁ ସରକାର ଏମାନଙ୍କ ପାଇଁ ରାତି ଆଶ୍ରୟସ୍ଥଳି ଓ ଆନୁସଙ୍ଗିକ ବ୍ୟବସ୍ଥା କରିବା ଉଚିତ ।
The post ଶୀତରେ ବଢ଼ିପାରେ କରୋନା, ଫୁଟ୍ପାଥ୍ରେ ଶୋଉଥିବା ଲୋକେ କେମିତି କରିବେ ମୁକାବିଲା appeared first on Odisha Reporter.
from Odisha Reporter https://ift.tt/36WVBGI
No comments:
Post a Comment