ନୂଆଦିଲ୍ଲୀ: ଅଭିଯୁକ୍ତକୁ ବାଧ୍ୟତାମୂଳକ ଭାବରେ ଜାମିନ୍ ମିଳିବା ଦରକାର। ମାମଲା ଯାହା ହୋଇଥାଉ ନା କାହିଁକି, ଯଦି ତଦନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ନହେବ ତା’ହେଲେ ଅଭିଯୁକ୍ତକୁ ଜାମିନ୍ ମିଳିବା ଦରକାର। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ୟୁ.ୟୁ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହା କହିଛନ୍ତି।
ଜଷ୍ଟିସ୍ ଲଳିତ ଇଂଲଣ୍ଡର ଆଇନ୍ ପ୍ରକ୍ରିୟାର ଉଦାହରଣ ଦେବାକୁ ଯାଇ କହିଛନ୍ତି, ଇଂଲଣ୍ଡର ଜଣେ ବ୍ୟକ୍ତି ବିରୋଧରେ ଅଭିଯୋଗ ଯାହା ଥାଉ ନା କାହିଁକି, ଯେପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ନହୋଇଛି, ସେଯାଏ ସମ୍ପୃକ୍ତ ବ୍ୟକ୍ତି ଗିରଫ କିମ୍ବା ଅଟକ ରହିପାରିବେ ନାହିଁ। ଏମିତି କି ଦେଶଦ୍ରୋହ ମାମଲା ହୋଇଥିଲେ ବି ସମାନ ଆଇନ୍ ରହିଛି।
ଧାରା ୧୬୭(୨) ଅନୁଯାୟୀ ତଦନ୍ତକାରୀ ସଂସ୍ଥା ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ଼ କରିନପାରିବ ତାହେଲେ ଅଭିଯୁକ୍ତଙ୍କ ପାଖରେ ଜାମିନ୍ ପାଇବାର ଅଧିକାର ରହିଛି।
ସେହିପରି ଧାରା ୧୬୭ ଅନୁଯାୟୀ ଜଣେ ଅଭିଯୁକ୍ତ ଅପରାଧିକ ମାମଲାରେ ସର୍ବାଧିକ ୯୦ ଦିନ ପାଇଁ ଅଟକ ରହିପାରିବ। ଆଜୀବନ କାରାଦଣ୍ଡ କ୍ଷେତ୍ରରେ ୧୦ ବର୍ଷ ରହିଛି ସର୍ବାଧିକ ଜେଲ ଦଣ୍ଡାଦେଶ। ଅପରାଧିକ ମାମଲା ନହୋଇ ଅନ୍ୟ ମାମଲା ହୋଇଥିଲେ ୬୦ ଦିନ ପାଇଁ ସର୍ବାଧିକ ଜଣଙ୍କୁ ଅଟକ ରଖିହେବ।
ଏଭଳି ଅବଧି ରହିବାର ଅର୍ଥ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ସାରିବେ। ଜଷ୍ଟିସ୍ ମୋହନ ଏମ୍ ଶାନ୍ତାନାଗୌଦାର ଏହି ଆଇନ୍ କରିଥିଲେ। ତେବେ ଅଭିଯୁକ୍ତଙ୍କୁ ଜାମିନ୍ ଦେବାବେଳେ ବିଚାରପତି ମୁଖ୍ୟତଃ ଗରିବ ଲୋକଙ୍କୁ ଚିହ୍ନଟ କରିବା ଦରକାର। ଜାମିନ୍ ଆବେଦନ ପାଇଁ ସମସ୍ତଙ୍କ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି।
The post ‘ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗ ପ୍ରମାଣିତ ନହେଲେ ଅଭିଯୁକ୍ତ ଜାମିନ୍ ପାଇପାରିବେ’ appeared first on Odisha Reporter.
from Odisha Reporter https://ift.tt/35vwjjo
No comments:
Post a Comment