ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଏକଜିଟ୍ ପୋଲ୍ ବନ୍ଦ ହେବା ଦରକାର। ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଏହି ଏକଜିଟ୍ ପୋଲ୍ ପ୍ରଶ୍ନ ଉଠାଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍. କ୍ୟୁରେଶୀ ରବିବାର ଏହା କହିଛନ୍ତି। ଏଥିସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ଭୋଟର ଭେରିଫାଇଡ୍ ସିଷ୍ଟମ ପେପର ଅଡିଟ୍ ଟ୍ରୋଲ୍ (ଭିଭିପିଏଟି) ସ୍ଲିପରୁ ଭୋଟ୍ ଗଣିବାକୁ ସେ ପରାମର୍ଶ ଦେଇଛନ୍ତି।
ଏଥିସହ ନିର୍ବାଚନ କମିଶନକୁ ସେ ‘ଶକ୍ତିଶାଳୀ ନିରପେକ୍ଷ ଅମ୍ପାୟାର’ ବୋଲି କହିଛନ୍ତି। ଦେଶର ମୋଟ୍ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୩୦%ରୁ ୪୦% ଅପରାଧିକ ମାମଲାରେ ସଂପୃକ୍ତ ବୋଲି ସେ କହିଛନ୍ତି। ଏଥିସହ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।
ସେ ଆହୁରି କହିଛନ୍ତି, ରାଜନୀତିକ ଦଳ ଗୁଡ଼ିକୁ ବେଆଇନ୍ ଦର୍ଶାଇବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ କ୍ଷମତା ରହିବା ଦରକାର। ଅନେକ ଛୋଟ ଦଳ ରହିଛନ୍ତି। ନିର୍ବାଚନରେ ସେହି ଦଳର ଫଳାଫଳ ଯାହା ହେଉନା କାହିଁକି ମନି ଲଣ୍ଡରିଂରେ ସାମିଲ୍ ହେଉଛନ୍ତି ବୋଲି କ୍ୟୁରେଶୀ କହିଛନ୍ତି।
୨୦୧୪ ନିର୍ବାଚନର ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ୟୁପିରେ ବହୁଜନ ସମାଜ ପାର୍ଟି ୨୦ ପ୍ରତିଶତ ଭୋଟ୍ ପାଇଥିଲା। ହେଲେ କୌଣସି ବିଧାୟକ ନିର୍ବାଚିତ ହୋଇନଥିଲେ। ଏବେ ଏହି ଏହି ଭୋଟରଙ୍କ ପାଇଁ କିଏ ପ୍ରତିନିଧିତ୍ୱ କରିବ ସେ ବାବଦରେ ବ୍ୟାପକ ଆଲୋଚନା ହେବା ଦରକାର ବୋଲି ସେ କହିଛନ୍ତି।
The post ଏକଜିଟ୍ ପୋଲ୍ ବନ୍ଦ ହେବା ଦରକାର: କ୍ୟୁରେଶୀ appeared first on Odisha Reporter.
from Odisha Reporter https://ift.tt/3lBHcpg
No comments:
Post a Comment