ନାସା ଯିବେ ଓଡ଼ିଆ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ନାସା ଯିବେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାସା ହ୍ୟୁମାନ ରୋଭର ଚ୍ୟାଲେଞ୍ଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବ ଓଡ଼ିଶାର ଏହି ଟିମ୍ । ଭାରତରେ ପ୍ରଥମ ଥର ପାଇଁ ସ୍କୁଲ୍ ପିଲାଙ୍କୁ ନେଇ ଏକ ଟିମ୍ ଏଥିପାଇଁ ସିଲେକ୍ଟ ହୋଇଛି । ଆବେଦନ କରିଥିବା ୮୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ବଛାବଛା ୧୦ ଜଣ ପିଲାଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଛି ।

ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଛାତ୍ରଛାତ୍ରୀମାନେ ଏଭଳି ଏକ ହ୍ୟୁମ୍ୟାନ୍ ରୋଭର ପ୍ରସ୍ତୁତ କରିବେ ଯାହା ମଙ୍ଗଳ ପୃଷ୍ଠରେ ଚାଲି ପାରିବ। ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ ।

ନବନ୍ୱେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଗଠିତ ଟିମ୍‌ରେ ସ୍କୁଲ୍ ପିଲାଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ୍ ସହ ଏହି ଟିମ୍ ପ୍ରତିଯୋଗିତା କରିବ। ଏଥିଲାଗି ଛାତ୍ରଛାତ୍ରୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।

ଏ ନେଇ ସଂସ୍ଥାର ମୁଖ୍ୟ ଅନୀଲ ପ୍ରଧାନ କହିଛନ୍ତି, ପ୍ରଥମ ଥର ପାଇଁ ଭାରତରେ ସ୍କୁଲ ଛାତ୍ରଙ୍କ ଏକ ଟିମ୍‌କୁ ଏଥିପାଇଁ ବଛା ଯାଇଛି।  ଏହି ଟିମ୍‌ର ସବୁ ସଦସ୍ୟଙ୍କ ବୈଷୟିକ ଜ୍ଞାନ ବେଶ୍‌ ସୁଦୃଢ ରହିଛି ଓ ସେମାନଙ୍କ ମଧ୍ୟରେ କିଛି ନୂଆ କରିବା ନିମନ୍ତେ ଉତ୍ସାହ ମଧ୍ୟ ରହିଛି । ଏହି ଟିମ୍‌ ସଦସ୍ୟ ଏକ ହ୍ୟୁମାନ ରୋଭର ପ୍ରସ୍ତୁତ କରିବେ। ଯିଏ କି ମଙ୍ଗଳରେ ଚାଲିପାରିବ। ଏଥିସହ ପିଲାମାନେ ବିଶ୍ୱର ବିଭିନ୍ନ କୋଣରୁ ଆସୁଥିବା ଟିମ୍‌ ସହ ମଧ୍ୟ ପ୍ରତିଯୋଗିତା କରି ଜିତିକି ଆସିବେ ବୋଲି ମଧ୍ୟ ମନୋବଳ ସୁଦୃଢ ରହିଛି।   ପିଲାଙ୍କ ସଫଳତା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସ୍ଥାର ମୁଖ୍ୟ।

The post ନାସା ଯିବେ ଓଡ଼ିଆ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/32BGjG5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages