ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ୮ ହଜାରରୁ ଅଧିକ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ୮ ହଜାରରୁ ଅଧିକ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ପୁଣି ମାରାତ୍ମକ ହୋଇଛି କରୋନା ଭାଇରସ। ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଆଠ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୮,୫୯୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୯,୯୭୫ କୁ ବୃଦ୍ଧି ପାଇଛି। ଏବେ ୪୨,୬୨୯ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ଯାହାକି ଏଯାବତ ସର୍ବାଧିକ। ଦିଲ୍ଲୀର କରୋନା ଜୋନ୍ ସଂଖ୍ୟା ଚାରି ହଜାରରୁ ଅଧିକ ହୋଇଛି। ମୋଟ୍ ୪,୦୧୬ଟି କଣ୍ଟେନମେଣ୍ଟ ଜୋନ୍ ରହିଛି।

ସେହପରି ଏହି ଘାତକ ଭାଇରସର ମୃତ୍ୟୁ ସଂଖ୍ୟା ଗତ ମାସ ତୁଳନାରେ ତଳିତ ମାସ ଅଧିକ ହୋଇଛି।  ୨୪ ଘଣ୍ଟା ମଧ୍ୟରେ, ୮୫ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଗୋଟିଏ ଦିନରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମୃତ୍ୟୁ। ରାଜଧାନୀର କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୨୮ କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୭,୨୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୪,୧୦,୧୧୮ ଜଣ ଆରୋଗ୍ୟ ହୋଇଛନ୍ତି।

ତେବେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୧୩.୪ ପ୍ରତିଶତ ରହିଥିବା ଜଣାପଡ଼ିଛି। ଆରୋଗ୍ୟ ହାର ୮୯.୧୬ ପ୍ରତିଶତ ରହିଛି। ଚିକିତ୍ସାଧୀନ ହାର ୯.୨୬ ପ୍ରତିଶତ। ମୃତ୍ୟୁ ହାର ୧.୫୭ ପ୍ରତିଶତ। ଏଯାବତ କରୋନା ପରୀକ୍ଷା ସଂଖ୍ୟା ୫୨,୬୨,୦୪୫ ହୋଇଛି।

The post ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ୮ ହଜାରରୁ ଅଧିକ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3ngxlWC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages