ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ୟୁପିର ବରିଷ୍ଠ ବିଜେପି ନେତ୍ରୀ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀର ମୃତ୍ୟୁ ଘଟିଛି। ଦୀପାବଳି ଦିନ ବାଣ ଫୁଟାଇବା ବେଳେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଥିଲେ। ଏହାପରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଜୋଶୀଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଛି।
ଦୀପାବଳି ଦିନ ଜୋଶୀଙ୍କ ପ୍ରୟାଗରାଜ ବାସଭବନର ଛାତ ଉପରେ ତାଙ୍କ ନାତୁଣୀ ଏକ ଫ୍ୟାନସି ଡ୍ରେସ ପିନ୍ଧି ଦୀପ ଜାଳିବା ସହିତ ଫୋଟକା ଫୁଟାଉଥିଲେ। ଏହି ସମୟରେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା।
ଗୁରୁତର ଅବସ୍ଥାରେ ଜୋଶୀଙ୍କ ନାତୁଣୀଙ୍କୁ ପ୍ରଥମେ ପ୍ରୟାଗରାଜର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ଏୟାର ଆମ୍ୱୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଜୋଶୀଙ୍କ ନାତୁଣୀର ଶରୀର ୬୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା।
ମୃତ ଶିଶୁଜଣଙ୍କ ରୀତାଙ୍କର ଏକାମାତ୍ର ନାତୁଣୀ ଥିଲେ ବୋଲି ଜଣାପଡ଼ିଛି। ରୀତା ପ୍ରୟାଗରାଜର ବିଜେପି ସାଂସଦ। ୨୦୦୭ରୁ ୧୨ ସେ ୟୁପି କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ଥିଲେ। ରୀତାଙ୍କ ଭାଇ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣା।
The post ନିଆଁ ଲାଗି ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀଙ୍କ ନାତୁଣୀର ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/2UAEHYI
No comments:
Post a Comment