ସାମ୍ବାଦିକ ହେବେ କାର୍ତ୍ତିକ ଆର୍ଯ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ସାମ୍ବାଦିକ ହେବେ କାର୍ତ୍ତିକ ଆର୍ଯ୍ୟାନ୍

ମୁମ୍ବାଇ: ରୋମୋଣ୍ଟିକ ହିରୋରୁ ସାମ୍ବାଦିକ। ଅନୁସନ୍ଧାନ କରିବେ ଲଭର ବୟ କାର୍ତ୍ତିକ ଆର୍ଯ୍ୟାନ୍। ନିର୍ଦ୍ଦେଶକ ରାମ ମାଘୱାନୀଙ୍କ ଅପକମିଂ ଫିଲ୍ମରେ ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ କାର୍ତ୍ତିକ । ଆସନ୍ତା ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମର କାହାଣୀ ଏକ ମିଡିଆ ଅଫିସ ଉପରେ ଆଧାରିତ ହେବ। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟାନ୍ ଜଣେ ରିପୋର୍ଟର ଭୂମିକାରେ ନଜର ଆସିବେ। କମେଡି ଏବଂ ଲଭର ବୟରୁ ସେ ଏବେ ଆକ୍ସନ ମୁଡକୁ ଆସିଛନ୍ତି। ଏହି ଫିଲ୍ମ ଜରିଆରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି କାର୍ତ୍ତିକ ଆର୍ଯ୍ୟାନ୍। ଲକଡାଉନ ବେଳେ କାର୍ତ୍ତିକ ନିଜର କେତେକ ସାମ୍ବାଦିକ ବନ୍ଧୁଙ୍କ ସହ ଦେଖାସାକ୍ଷାତ କରିଥିଲେ ଏବଂ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ସେ ଅନେକ ଗୁଡିଏ ଏକ୍ସପେରିମେଣ୍ଟ ମଧ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ଫିଲ୍ମ ’ଲଭ ଆଜ କଲ’ ରେ କାର୍ତ୍ତିକ ଆର୍ଯ୍ୟାନ୍ କିଛି ଭିନ୍ନ ଧରଣର କରିବା ପାଇଁ  ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ଦର୍ଶକଙ୍କୁ ତାଙ୍କ ଅଭିନୟ ସେତେଟା ପସନ୍ଦ ଆସିନଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିପାରିନଥିଲା।

The post ସାମ୍ବାଦିକ ହେବେ କାର୍ତ୍ତିକ ଆର୍ଯ୍ୟାନ୍ appeared first on Odisha Reporter.



from Odisha Reporter https://ift.tt/2UBhwxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages