ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଏକ ଜମିଜମା ମାମଲାର ସମାଧାନ ଲାଗି ବିଧାୟକ ତାଙ୍କୁ ଏକୁଟିଆ ନିଜ କାର୍ଯ୍ୟାଳୟକୁ ଡାକୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ପ୍ରମାଣ ଥିବା ଦାବି କରି ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ।
ଯୁବତୀଜଣକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସାଲେପୁର ନିକଟ ଶିଶୁଆରେ ସଂପୃକ୍ତ ତାଙ୍କର ଏକ ଜମି ରହିଛି । ତେବେ ତାଙ୍କ ଜମିକୁ ମଡାଇ ଏକ ସରକାରୀ ପ୍ରକଳ୍ପ ତିଆରି ହେଉଥିବାରୁ ଏହା ବିରୋଧରେ ତାଙ୍କ ପରିବାର କୋର୍ଟକୁ ଯାଇଛନ୍ତି । ତେଣୁ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବିଧାୟକ ନିଜ କର୍ମୀଙ୍କ ଜରିଆରେ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଶିଶୁଆ ଅଫିସକୁ ଡାକୁଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ସେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।
ଅପରପକ୍ଷେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ବେହେରା । ଉକ୍ତ ସରକାରୀ ପ୍ରକଳ୍ପ ନିମନ୍ତେ କୌଣସି ବ୍ୟକ୍ତିବିଶେଷଙ୍କ ଜାଗାର ଆବଶ୍ୟକତା ନ ଥିବା ବେଳେ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଥାଇପାରେ ବୋଲି ବିଧାୟକ ଫୋନ୍ ଯୋଗେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ତେବେ ଏହି ଘଟଣା ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
The post ଯୁବତୀଙ୍କୁ ଏକୁଟିଆ ଆସିବାକୁ କହୁଛନ୍ତି ବିଧାୟକ! appeared first on Odisha Reporter.
from Odisha Reporter https://ift.tt/334pK5K
No comments:
Post a Comment