ଫନ୍ଦି କରି ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଲା ମା’, କୋର୍ଟ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

ଫନ୍ଦି କରି ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଲା ମା’, କୋର୍ଟ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଝିଅକୁ ତାଙ୍କ ମା’ ବଳପୂର୍ବକ ନିଶା ନିବାରଣ କେନ୍ଦ୍ର (Drug Rehabilitation Centre)କୁ ୨୨ ଦିନ ପଠାଇ ଦେଇଥିଲେ। ଝିଅ ଅଲଗା ଧର୍ମର ବିବାହିତ ପୁଅ ସହିତ ସମ୍ପର୍କ ରଖୁଥିବାରୁ ଏହାକୁ ନାପସନ୍ଦ କରିଥିଲେ ମହିଳା ଜଣଙ୍କ। ତେଣୁ ସେ ଫନ୍ଦି କରି ତାଙ୍କ ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ। ତେବେ ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ହାଇକୋର୍ଟ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଜଷ୍ଟିସ୍ ବିପିନ୍ ସାଙ୍ଘୀ ଏବଂ ରଜନୀଶ ଭଟନଗରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଡେରାଡୁନ୍‌ର ଉକ୍ତ ନିଶା ନିବାରଣ କେନ୍ଦ୍ର ‘ଗୋଲ୍ଡେନ୍ ଡ୍ରିମ୍ ସୋସାଇଟି’ର ସମ୍ପୂର୍ଣ୍ଣ ରେକର୍ଡ ଯାଞ୍ଚ କରିବା ସହ ଏହା ବିରୋଧରେ ଆଇନ ଉଲ୍ଲଂଘନ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ୨୨ ବର୍ଷୀୟ ଯୁବତୀ ଜଣଙ୍କ Drug Rehabilitation Centreକୁ ଯିବା ପରେ ତାଙ୍କର ଜଣେ ସାଙ୍ଗ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ଅକ୍ଟୋବର ୧୭ରୁ ତାଙ୍କ ସାଙ୍ଗ ନିଖୋଜ ଥିବା ନେଇ ସେ ମାମଲା ଦାଏର କରିଥିଲେ। ଏହା ପରେ ନିଖୋଜ ଯୁବତୀଙ୍କ ଜଣ ପୁରୁଷ ବନ୍ଧୁ କୋର୍ଟରେ ହାଜର ହୋଇ କହିଥିଲେ ଯେ ତାଙ୍କ ମା’ଙ୍କ ସହିତ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଥିଲା। ଏମିତିକି ତାଙ୍କ ଭାଇଙ୍କୁ ମଧ୍ୟ ତାଙ୍କ ମା’ ନିଶା ନିବାରଣ କେନ୍ଦ୍ରରେ ରଖିଥିଲେ ବୋଲି ଯୁବକ ଜଣଙ୍କ କହିଥିଲେ।

ନଭେମ୍ବର ୯ରେ ଦିଲ୍ଲୀ ପୁଲିସ କୋର୍ଟଙ୍କୁ କହିଥିଲେ ଯେ ଯୁବତୀ ଜଣଙ୍କ ନିଶା ସେବନ କରୁଥିବାରୁ ମହିଳା ଜଣଙ୍କ ତାଙ୍କ ଝିଅକୁ ଡେରାଡୁନର ଏହି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ନଭେମ୍ବର ୧୨ରେ ଯୁବତୀ ଜଣଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ ସେ କହିଥିଲେ ଯେ ସେ ନିଶା ସେବନ କରନ୍ତି ନାହିଁ। ସେହିପରି ନିଶା ନିବାରଣ କେନ୍ଦ୍ରର ନିର୍ଦ୍ଦେଶକ ବିକାଶ ବିଷ୍ଟ କୋର୍ଟରେ ସ୍ୱୀକାର କରିଥିଲେ ଯେ ଯୁବତୀ ଜଣଙ୍କ ନିଶା ସେବନ କରନ୍ତି ନାହିଁ। ଯୁବତୀଙ୍କୁ ଏଠାରେ ଜବରଦସ୍ତି ରଖିବା ପାଇଁ ତାଙ୍କ ମା’ଙ୍କ ମାସକୁ ୮୦୦୦ ଟଙ୍କା ଦିଅନ୍ତି ବୋଲି ସେ କହିଥିଲେ।

ଏହାପରେ କୋର୍ଟରେ ଯୁବତୀଙ୍କ ମା’ ହାଜର ହୋଇ କହିଥିଲେ ଯେ ତାଙ୍କ ଝିଅ ଅନ୍ୟ ଧର୍ମର ଜଣେ ବିବାହିତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଥିବାରୁ ସେ ଅସନ୍ତୋଷ ଥିଲେ। ସେହି ବ୍ୟକ୍ତି ଅଢ଼େଇ ବର୍ଷ ଧରି ତାଙ୍କ ଝିଅକୁ ଶୋଷଣ କରିଆସୁଥିଲେ।

ଏହାପରେ କୋର୍ଟ ଯୁବତୀଙ୍କର କାଉନସେଲିଂ ପାଇଁ ପରାମର୍ଶ ଦେଇଥିଲେ। ଯୁବତୀ ଜଣଙ୍କୁ ନିଶା ନିବାରଣ କେନ୍ଦ୍ରରୁ ବାହାରିବା ସୁନିଶ୍ଚିତ କରିବାକୁ ମଧ୍ୟ ଦିଲ୍ଲୀ ପୁଲିସକୁ କହିଥିଲେ। ଯୁବତୀ ଜଣଙ୍କ ତାଙ୍କ ପରିବାରଠୁ ଅଲଗା ରହିବା ପାଇଁ ଦାବି କରୁଥିବା ବେଳେ ଏନେଇ ଧ୍ୟାନ ଦେବାକୁ କୋର୍ଟ ଦିଲ୍ଲୀ ପୁଲିସ୍‌କୁ କହିଥିଲେ। ସେହିପରି ଯୁବତୀଙ୍କ ମା’ ଆଣିଥିବା ଅଭିଯୋଗର ସଠିକ୍ ତଦନ୍ତ କରିବାକୁ କହିଛନ୍ତି କୋର୍ଟ।

The post ଫନ୍ଦି କରି ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଲା ମା’, କୋର୍ଟ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/332eOWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages