ଭୟଙ୍କର ସଡ଼କ ଦୁର୍ଘଟଣା: ୬ ଛୋଟପିଲାଙ୍କ ସହ ୧୪ ଜଣଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଭୟଙ୍କର ସଡ଼କ ଦୁର୍ଘଟଣା: ୬ ଛୋଟପିଲାଙ୍କ ସହ ୧୪ ଜଣଙ୍କ ଜୀବନ ଗଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ୧୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଥିବା ଜଣାପଡ଼ିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗୋଟିଏ ବୋଲେରୋରେ କିଛି ଲୋକ ନବାବଗଞ୍ଜ ଅଞ୍ଚଳରେ ଅନୁଷ୍ଠିତ ବାହାଘର ପାର୍ଟିରେ ଯୋଗଦେଇ ଘରକୁ ଫେରୁଥିଲେ। ରାତି ଅନେକ ହୋଇଯାଇଥିବାରୁ ଡ୍ରାଇଭର ଜଣଙ୍କ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ। ଗାଡ଼ିଟି ପ୍ରୟାଗରାଜ-ଲକ୍ଷ୍ନୌ ଜାତୀୟ ରାଜପଥରେ ଥିବା ବେଳେ ହଠାତ୍ ସେ ଏହା ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଦ୍ରୁତଗାମୀ ବୋଲେରୋଟି ସେଠାରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ୧୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି। ତେବେ ପୁଲିସ୍ ସେମାନଙ୍କ ପରିଚୟ ସାର୍ବଜନୀନ କରିନାହିଁ।

ଅନ୍ୟପକ୍ଷରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ପୀଡ଼ିତଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The post ଭୟଙ୍କର ସଡ଼କ ଦୁର୍ଘଟଣା: ୬ ଛୋଟପିଲାଙ୍କ ସହ ୧୪ ଜଣଙ୍କ ଜୀବନ ଗଲା appeared first on Odisha Reporter.



from Odisha Reporter https://ift.tt/3nLQq3f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages