ଚିଲି କୋବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ଚିଲି କୋବି

ଆବଶ୍ୟକ ସାମଗ୍ରୀ- ଫୁଲକୋବି, ତେଲ, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଚାଇନିଜ୍‌ ସଲ୍ଟ, ଲୁଣ, ହଳଦୀ, ଲଙ୍କା, ଜିରା ଓ ଧନିଆ ପାଉଡର, ଅଦା, ରସୁଣ ଓ ପିଆଜ ପେଷ୍ଟ, କଞ୍ଚା ଲଙ୍କା, କ୍ୟାପ୍‌ସିକମ୍‌,କନଫ୍ଲୋର ପାଉଡର, କଲର ପାଉଡର, ଧନିଆ ପାଉଡର, ମସ୍‌ରୁମ୍ ମସଲା, କରି ପାଉଡର, ଗରମ ମସଲା, ପିଆଜ ଓ ରସୁଣ କଟ୍‌ପିସ୍‌।

ପ୍ରସ୍ତୁତି ପ୍ରଣାଳୀ- ଗୋଟିଏ ଫୁଲକୋବି ନିଅନ୍ତୁ ଓ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ। ଏହା ପରେ ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ। ଏକ ଗିନାରେ କନଫ୍ଲୋର ପାଉଡର ଆଣନ୍ତୁ। ସେଥିରେ ଅଦା, ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଲଙ୍କା, ଜିରା ଓ ଧନିଆ ପାଉଡର ପକାନ୍ତୁ। ଟମାଟୋ ସସ୍‌, ଚିଲି ସସ୍‌ ଓ ସୋୟା ସସ୍‌ ମଧ୍ୟ ପକାନ୍ତୁ। ପରେ ସେଥିରେ ଅଳ୍ପ ପାଣି ଓ କଲର ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ। ଧ୍ୟାନ ଦେବେ ଏହି ମିଶ୍ରଣ ଯେପରି ପାଣିଆ ନ ହେବ। ପରେ ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ପେଷ୍ଟକୁ କିଛି ସମୟ ରଖି ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ। କନଫ୍ଲୋର ଗୋଳା ଫୁଲ କୋବି ପେଷ୍ଟକୁ ଛାଣନ୍ତୁ। ଲାଲ୍‌ ହୋଇଯିବା ପରେ ତାକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ।

ଏହି କାମଟି ସରିଯିବା ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ (ପିଆଜଗୁଡ଼ିକୁ ବଡ଼ ବଡ଼ କରି କାଟିବେ)। ପିଆଜକୁ ଲାଲ କରନ୍ତୁ ନାହିଁ। ଏହା ଟିକେ କଞ୍ଚା ରହିବ। ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଅଳ୍ପ ସମୟ ଚଲାନ୍ତୁ। ପରେ ସେଥିରେ ଛୋଟ ଛୋଟ ପିସ୍‌ ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। କଟା ହୋଇଥିବା କ୍ୟାପ୍‌ସିକମ୍‌ ମଧ୍ୟ ପକାନ୍ତୁ। ତା’ପରେ କରି ମସଲାକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସମୟ ମସଲା କଷିବେ ନାହିଁ।

ମସଲା ହୋଇ ଆସିବା ବେଳକୁ ଚାଇନିଜ ସଲ୍ଟ, ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍‌ ପକାନ୍ତୁ। ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ। ଅଳ୍ପ ଗରମ ମସଲା ମଧ୍ୟ ପକାନ୍ତୁ। ପରେ ଛଣା ଯାଇଥିବା କୋବିକୁ ସେଥିରେ ପକାଇ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଅଳ୍ପ ସମୟ ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିଲି କୋବି ।

ଯଦି ଚିଲି କୋବି ପ୍ଲେଟ୍‌କୁ ଆପଣ ସଜାଇବାକୁ ଚାହୁଁଥିବେ, ତା’ହେଲେ ତା’ଉପରେ ଧନିଆ ପତ୍ର ବା କିଛି ପିଆଜ ପତ୍ରକୁ କାଟି ପକାଇପାରିବେ।

The post ଚିଲି କୋବି appeared first on Odisha Reporter.



from Odisha Reporter https://ift.tt/3jP06aG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages