ମୁମ୍ବାଇ: ଆଜି ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ଜନ୍ମଦିନ। ଏଣୁ ନିଶ୍ଚିତ ଭାବରେ ଏହି ଦିନଟି ଶାହରୁଖଙ୍କ ପାଇଁ ଯେତିକି ସ୍ପେଶାଲ୍, ସେତିକି ତାଙ୍କ ଫ୍ୟାନମାନଙ୍କ ପାଇଁ ମଧ୍ୟ। ବିପୁଳ ଭଲପାଇବା ଦେଇ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏହି ତାରକାକୁ ବଲିଉଡ୍ ବାଦଶାହର ମୁକୁଟ ପିନ୍ଧାଇଥିବା ଫ୍ୟାନମାନଙ୍କ ପାଇଁ ଆଜିର ଦିନଟି କୌଣସି ଉତ୍ସବଠାରୁ କମ୍ ନୁହେଁ। ଏଣୁ ନିଜ ନିଜ ତରିକାରେ ଫ୍ୟାନମାନେ କିଙ୍ଗ୍ ଖାନଙ୍କ ଜନ୍ମଦିବସକୁ ନିଆରା ଢଙ୍ଗରେ ପାଳିବାକୁ ଚେଷ୍ଟା କରିଛନ୍ତି।
ଆଜି ଅର୍ଥାତ୍ ନଭେମ୍ବର 2ରେ ଶାହରୁଖଙ୍କ 55ତମ ଜନ୍ମଦିନ। ଆଜିର ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଚେଷ୍ଟା କରିଛନ୍ତି ଶାହରୁଖଙ୍କ ଫ୍ୟାନ୍ କ୍ଲବ୍। ସେମାନେ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଶାହରୁଖଙ୍କ ଜନ୍ମଦିନ ଅବସରରେ ସେମାନେ ଗରିବମାନଙ୍କ ପାଇଁ କୋଭିଡ୍ କିଟ୍ ପ୍ରସ୍ତୁତ କରିଛନ୍ତି। ଏଥିରେ 5555ଟି ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ରହିଛି।
ଫ୍ୟାନ୍ କ୍ଲବ୍ ପକ୍ଷରୁ ଟ୍ୱିଟରରେ ଏଗୁଡ଼ିକର ଫଟୋ ଶେୟାର କରି ସୂଚନା ଦିଆଯାଇଛି। ଚଳିତବର୍ଷ କରୋନା ମହାମାରୀ ସଙ୍କଟ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଭଳି ସମୟରେ କୋଭିଡ୍ କିଟ୍ ଲୋକମାନଙ୍କ ସବୁଠାରୁ ବଡ଼ ଆବଶ୍ୟକତା। ଏହାକୁ ଦୃଷ୍ଟିରେ ରଖି ଶାହରୁଖଙ୍କ ଫ୍ୟାନ୍ କ୍ଲବ ଏଭଳି ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଶାହରୁଖ ମଧ୍ୟ ତାଙ୍କ ବାସଭବନ ‘ମନ୍ନତ’ ସାମ୍ନାରେ ଏକତ୍ର ନ ହେବାକୁ ଫ୍ୟାନମାନଙ୍କୁ ଅପିଲ୍ କରିଛନ୍ତି।
ସୋଶାଲ ମିଡିଆରେ ଆଜି ଶାହରୁଖଙ୍କ ପାଇଁ ଶୁଭେଚ୍ଛା ବର୍ଷୁଛି। ଆଉ ଜଣେ ଫ୍ୟାନ୍ ମଧ୍ୟ ଶାହରୁଖଙ୍କ ପାଇଁ କେକ୍ କାଟି ସେଲିବ୍ରେସନର ଭିଡିଓ ଶେୟାର କରିଛନ୍ତି। ନିଜ ମନପସନ୍ଦର ହିରୋଙ୍କ ଜନ୍ମଦିନ ଅବସରରେ ଆଉ ଜଣେ ଫ୍ୟାନ୍ ନିଜ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
The post ଶାହରୁଖଙ୍କ ଜନ୍ମଦିନରେ ଫ୍ୟାନମାନେ କଣ କଲେ ଜାଣନ୍ତୁ… appeared first on Odisha Reporter.
from Odisha Reporter https://ift.tt/35Sh2YZ
No comments:
Post a Comment