ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ଏବେ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ମାଡ଼ି ଚାଲିଛି। ପୂର୍ବରୁ ଏହା ସ୍ଥଳ ଭାଗ ଛୁଇଁବା ବେଳେ ଭୀଷଣ ବାତ୍ୟାର ରୂପ ନେବ ବୋଲି କୁହାଯାଉଥିଲା। ହେଲେ ଏବେ ଜଣାପଡ଼ିଛି ଯେ ନିଭାର ଧୀରେଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି। ତେଣୁ ନିଭାର୍‌ ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏପରି କି ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି।

ବିଭାଗର ଆକଳନ ଅନୁଯାୟୀ, ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ନିଭାର ଆଜି ସନ୍ଧ୍ୟା ସୁଦ୍ଧା ପୁଡୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ନିଭାର ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁବାର ଆଶଙ୍କା ରହିଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି।

ଏବେ ଠାରୁ ହିଁ ବାତ୍ୟା ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ଆରମ୍ଭ ହୋଇଯାଇଛି। କ୍ରମଶଃ ଏହାର ପରିମାଣ ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ଓ ପୁଡୁଚେରୀରେ ହାଇଆଲର୍ଟ ଜାରି କରାଯାଇଛି।

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ରାଜ୍ୟରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ଆଜି ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ରାସ୍ତାରେ କେହି ବି ଚଳ ପ୍ରଚଳ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ଏଥିସହ କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ, ଆଉ ସବୁ କିଛି ବନ୍ଦ ରହିବ।

ସେହିପରି ତାମିଲନାଡୁରେ ଆଜି କେବଳ ଜରୁରୀ କାଳୀନ ସେବାରେ ନିୟୋଜ ଅନୁଷ୍ଠାନକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିଛି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏବେ ଠାରୁ ହିଁ ଏନଡିଆରଏଫର ଯବାନ ମୁତୟନ ହୋଇଛନ୍ତି।

ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଏହି ୩ ରାଜ୍ୟରେ ପ୍ରାୟ ୧୨ଶହ ଯବାନ ରହିଥିବା ଏନଡିଆରଏଫ ମୁଖ୍ୟ ଏସଏନ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୨ଟି ଟିମ ତାମିଲନାଡୁରେ ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୭ଟି ଓ ପୁଡୁଚେରୀରେ ୩ଟି ଟିମ ରହିଛନ୍ତି।

ଓଡ଼ିଶାର କଟକ, ବିଜୟୱାଡା ଓ ଥ୍ରୀସୁରରେ ଆଉ ୨୦ଟି ଟିମ୍‌ ଷ୍ଟାଣ୍ଡବାଏରେ ରହିଛନ୍ତି। ଖାଲି ସେତିକି ନୁହେଁ, ଭାରତୀୟ ନୌସେନା ମଧ୍ୟ ନିୟମିତ ଭାବେ ତାମିଲନାଡୁ ଓ ପୁଡୁଚେରୀ ସରକାରଙ୍କ ଯୋଗାଯୋଗରେ ରହିଛି। ଏଥିସହ ନୌସେନା ଜାହାଜ, ବିମାନ ଓ ଉଦ୍ଧାରକାରୀ ଦଳ ମଧ୍ୟ ଆଲର୍ଟରେ ରହିଛନ୍ତି।

The post ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ appeared first on Odisha Reporter.



from Odisha Reporter https://ift.tt/367kBvP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages