ମୁମ୍ବାଇ: ରୋହିତ ଶର୍ମାଙ୍କ ବାପା ଅସୁସ୍ଥ ଥିଲେ। ତେଣୁ ତାଙ୍କୁ ଦେଖିବା ପାଇଁ ରୋହିତ ଆଇପିଏଲ୍ ଶେଷ ହେବା ପରେ ୟୁଏଇରୁ ସିଧା ମୁମ୍ବାଇ ଫେରିଆସିଥିଲେ। ତାଙ୍କ ବାପା ସୁସ୍ଥ ହେଉଥିବା ବେଳେ ରୋହିତ ବେଙ୍ଗାଲୁରୁର ରାଷ୍ଟ୍ରୀୟ କ୍ରିକେଟ୍ ଆକାଡେମୀ (ଏନ୍ସିଏ)ରେ ଫିଟ୍ନେସ୍ ଟ୍ରେନିଂ ନେଉଛନ୍ତି। ରୋହିତଙ୍କୁ ନେଇ ବିରାଟ କୋହଲି ଦେଇଥିବା ପ୍ରତିକ୍ରିୟା ଉପରେ ଏହି ଅପ୍ଡେଟ୍ ଦେଇଛି ବିସିସିଆଇ।
ବିସିସିଆଇ ଆହୁରି କହିଛି, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍କୁ ଦୃଷ୍ଟିରେ ରଖି ରୋହିତ ଶର୍ମାଙ୍କ ଫିଟ୍ନେସ୍ ଟେଷ୍ଟ କରାଯିବ। ଡିସେମ୍ବର ୧୧ ତାରିଖରେ ପୁଣି ତାଙ୍କ ଫିଟ୍ନେସ୍ ଟେଷ୍ଟ କରାଯିବ। ତା’ପରେ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ବିଚାର କରାଯିବ।
ଗୁରୁବାର ବିରାଟ କୋହଲି କହିଥିଲେ ଯେ ରୋହିତ ଶର୍ମାଙ୍କ ଆଘାତ ଜନିତ ସମସ୍ୟାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି। ଏମିତିକି ରୋହିତଙ୍କ ଆଘାତ ସମସ୍ୟା ସଂପର୍କିତ ସବିଶେଷ ସୂଚନା ତାଙ୍କ ପାଖରେ ନାହିଁ। ଏହା ସହିତ ଆଇପିଏଲ୍ ପରେ ରୋହିତ କାହିଁକି ଅଷ୍ଟ୍ରେଲିଆ ନଯାଇ ଭାରତ ଫେରି ଆସିଲେ, ସେ ସଂପର୍କରେ ବି ତାଙ୍କୁ ଜଣାନାହିଁ ବୋଲି କୋହଲି କହିଥିଲେ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଜି ଠାରୁ ଦିନିକିଆ ସିରିଜ୍ ଖେଳୁଛି। ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପରେ ଟି-ଟ୍ବେଣ୍ଟି ସିରିଜ୍ ଖେଳାଯିବ। ଟି-ଟ୍ବେଣ୍ଟି ସିରିଜ୍ରେ ବି ୩ଟି ମ୍ୟାଚ୍ ହେବ। ଏହା ପରେ ଡିସେମ୍ବର ୧୭ରୁ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।
The post ରୋହିତଙ୍କୁ ନେଇ ବିରାଟଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଲା ବିସିସିଆଇ appeared first on Odisha Reporter.
from Odisha Reporter https://ift.tt/368FypR
No comments:
Post a Comment