ସମୁଦ୍ରରେ ଖସି ପଡ଼ିଲା ମିଗ-୨୯କେ, ସର୍ଚ୍ଚ ଅପରେସନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ସମୁଦ୍ରରେ ଖସି ପଡ଼ିଲା ମିଗ-୨୯କେ, ସର୍ଚ୍ଚ ଅପରେସନ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଆଜି ବଡ଼ଧରଣର ଦୁର୍ଘଟଣା ଘଟିଛି। ନୌସେନାର ମିଗ-୨୯କେ ଟ୍ରେନର ଯୁଦ୍ଧ ବିମାନ ଆଜି ଉଡ଼ାଣ କରୁଥିବା ବେଳେ ଆରବିୟାନ ସମୁଦ୍ର ମଧ୍ୟରେ ଖସି ପଡ଼ିଛି। ଏହି ଟ୍ରେନର ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ବିମାନଟି କାହିଁକି ଦୁର୍ଘଟଣା ଗ୍ରସ୍ତ ହେଲା ତା’ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ମିଗ୍‌-୨୯ କେ ଟ୍ରେନ ଯୁଦ୍ଧ ବିମାନ ସମୁଦ୍ର ଉପରେ ନିୟମିତ ଉଡ଼ାଣ କରୁଥିଲା। ହେଲେ ୨୬ ତାରିଖ ରାତିରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇ ସୁମଦ୍ର ମଧ୍ୟକୁ ଖସି ପଡ଼ିଛି।

ପ୍ରଥମ ପାଇଲଟଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ପାଇଲଟଙ୍କ ସନ୍ଧାନ ଜାରି ରହିଛି। ଏବେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ସେନା ପକ୍ଷରୁ କୁହାଯାଇଛି। ଗୋଆ ଓ ଆଇଏନଏସ ବିକ୍ରମାଦିତ୍ୟରୁ ଏହି ଯୁଦ୍ଧ ବିମାନଗୁଡ଼ିକ ଉଡ଼ାଣ ଭରିଥାଆନ୍ତି। ଭାରତ ପାଖରେ ପ୍ରାୟ ୪୦ଟି ମିଗ-୨୯ କେ ଯୁଦ୍ଧ ବିମାନ ରହିଛି।

The post ସମୁଦ୍ରରେ ଖସି ପଡ଼ିଲା ମିଗ-୨୯କେ, ସର୍ଚ୍ଚ ଅପରେସନ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3l8s55L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages