ଭାରତ-ଚାଇନା ବିବାଦ: ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ଭାରତ-ଚାଇନା ବିବାଦ: ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଲା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଭାରତ-ଚାଇନା ବିବାଦ ଥମିବାର ନାଁ ଧରୁନି। ସୀମାରୁ ସେନା ବାହିନୀକୁ ପଛକୁ ହଟାଇବା ପାଇଁ ଦୁଇ ଦେଶ ଏକାଧିକ ଥର ଆଲୋଚନା କରିଥିଲେ ହେଁ ଏଥିରୁ କୌଣସି ସଫଳତା ମିଳିନାହିଁ। ବର୍ତ୍ତମାନ ସ୍ଥିତିରେ ସୀମାରୁ କୌଣସି ପ୍ରକାରର ସେନା ଯବାନଙ୍କୁ ପଛକୁ ହଟା ଯିବନାହିଁ ବୋଲି ଜଣାପଡ଼ିଛି।

ଏହାର ଅର୍ଥ ପ୍ରବଳ ଥଣ୍ଡାରେ ମଧ୍ୟ ଲଦାଖର ଉଚ୍ଚ ସ୍ଥାନରେ ଦୁଇ ଦେଶର ଯବାନମାନେ ମୁତୟନ ହୋଇ ରହିବେ। ନଭେମ୍ବର ୬ରେ ଉଭୟ ଦେଶର କମାଣ୍ଡରଙ୍କ ମଧ୍ୟରେ ୮ମ ରାଉଣ୍ଡ ଆଲୋଚନା ହୋଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସେନାକୁ ପଛକୁ ହଟାଇବା ପାଇଁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ।

ସୂତ୍ର ଅନୁସାରେ, ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଆଲୋଚନା କରିଥିଲେ। ହେଲେ ସେନା ପ୍ରତ୍ୟାହାର ପାଇଁ ଜାରି ହେଉଥିବା ସର୍ତ୍ତାବଳୀକୁ ଭାରତ କିମ୍ବା ଚାଇନା ଗ୍ରହଣ କରିବାକୁ ଅମଙ୍ଗ ହୋଇଥିଲେ। ବୁଝାମଣା ଅଭାବରୁ ଉଭୟ ଦେଶ ମଧ୍ୟରେ ଚୁକ୍ତି ମଧ୍ୟ ହୋଇପାରି ନଥିଲା। ଏହି କାରଣରୁ ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଛି। ତେବେ ଆଗକୁ ପୁଣି ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଭାରତ ଓ ଚାଇନା ମଧ୍ୟ ୯ମ ରାଉଣ୍ଡ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ୯ମ ରାଉଣ୍ଡ ସାମରିକ ଆଲୋଚନା ପାଇଁ ଚାଇନା ଏଯାଏ କୌଣସି ତାରିଖ ସ୍ଥିର କରିନାହିଁ। ଚାଇନା କହିଛି ଯେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ପ୍ରଥମେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ଚୁସୁଲ ଅଞ୍ଚଳରୁ ଆରମ୍ଭ ହେବା ଉଚିତ। ଏହି ଅଞ୍ଚଳକୁ ଭାରତୀୟ ସେନା ଅଗଷ୍ଟ ୨୯-୩୦ରୁ କବଜା କରି ଚାଇନାକୁ ବ୍ୟାକଫୁଟ୍‌କୁ ଠେଲି ଦେଇଛନ୍ତି। ତେଣୁ ବେଜିଂ ଏଭଳି ସର୍ତ୍ତାରୋପ କରିଥିଲା। କିନ୍ତୁ ଭାରତ ଏଥିରେ ରାଜି ହୋଇ ନାହିଁ।

ଅନ୍ୟପକ୍ଷରେ ଭାରତ କହିଛି ଯେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଉପକୂଳରୁ ଆରମ୍ଭ ହେବା ଦରକାର। କାରଣ ଚାଇନା ସେନା ସେନା ମେ’ ମାସ ଠାରୁ ଫିଙ୍ଗର ୪ରୁ ଫିଙ୍ଗର ୮ ପର୍ଯ୍ୟନ୍ତ ଥିବା ୮ କିମି ଅଞ୍ଚଳ ଦଖଲ କରି ନେଇଛି। ଭାରତର ଏକଥାରେ ଚାଇନା ରାଜି ହେଉନାହିଁ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିବାରୁ ସେନା ପଛକୁ ହଟିବା ନିଷ୍ପତ୍ତି ଅଧାରେ ଅଟକି ଥିବା ଜଣାପଡ଼ିଛି।

ଖାଲି ସେତିକି ନୁହେଁ, ଫିଙ୍ଗର ଅଞ୍ଚଳରେ ପଛକୁ ହଟିବା ଦୂରତାକୁ ନେଇ ଉଭୟ ଦେଶ ମଧ୍ୟରେ ମତଭଦ ବି ସୃଷ୍ଟି ହୋଇଛି। ସେହିପରି ରଣନୀତି ଦୃଷ୍ଟି କୋଣରୁ ଗୁରୁତ୍ୱବହନ କରୁଥିବା ଦୀପସାଙ୍ଗ ଅଞ୍ଚଳକୁ ନେଇ ମଧ୍ୟ ଦୁଇ ଦେଶ ଭିତରେ ଅନେକ ପ୍ରଶ୍ନ ରହିଛି। ଦୀପସାଙ୍ଗରେ ଗତ ୭ ମାସ ହେଲାଣି ଚାଇନା ସେନା ଭାରତକୁ ଜୋରଜବରଦସ୍ତି ଅଟକାଉଛନ୍ତି। କୁହାଯାଉଥିଲା ଯେ ୮ମ ରାଉଣ୍ଡ ଆଲୋଚନା ବେଳେ ଏହି ବିବାଦର ସମାଧାନ ହେବାର ରାସ୍ତା ଫିଟିଥିଲା।

ନିଷ୍ପତ୍ତି ଅନୁଯାୟୀ, ପାଙ୍ଗୋଙ୍ଗ-ଚୁସୁଲ ଅଞ୍ଚଳରେ ଦୁଇ ଦେଶ ମୁତୟନ କରିଥିବା ଯବାନ, ଟାଙ୍କ, ଯୁଦ୍ଧ ଗାଡ଼ି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପଛକୁ ହଟାଇବେ। ହେଲେ ଏହି ନିଷ୍ପତ୍ତିକୁ କେହି ବି ଏଯାଏ ପାଳନ କରିନାହାନ୍ତି।

The post ଭାରତ-ଚାଇନା ବିବାଦ: ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଲା appeared first on Odisha Reporter.



from Odisha Reporter https://ift.tt/2V52L5Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages