ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ୫ କରୋନା ଆକ୍ରାନ୍ତ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 26, 2020

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ୫ କରୋନା ଆକ୍ରାନ୍ତ ମୃତ

ରାଜକୋଟ: ଗୁଜରାଟ୍‌ର ରାଜକୋଟ୍‌ରେ ଥିବା କୋଭିଡ୍‌-୧୯ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ହସ୍ପିଟାଲରେ ଥିବା ଆଉ ୩୦ ଜଣ କରୋନା ଆକ୍ରାନ୍ତଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ମାଡଭି ଅଞ୍ଚଳରେ ଥିବା ଉଦୟ ଶିବାନନ୍ଦ ହସ୍ପିଟାଲରେ ଆଇସିୟୁରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ବେଳେ ହସ୍ପିଟାଲରେ ୩୩ ଜଣ କରୋନା ଆକ୍ରାନ୍ତ ରହିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଆଇସିୟୁରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଥିଲା। ସେହି ୭ ଜଣଙ୍କ ମଧ୍ୟରୁ ୫ ଜଣ କରୋନା ଆକ୍ରାନ୍ତ ଅଗ୍ନିକାଣ୍ଡ ଯୋଗୁ ପ୍ରାଣ ହରାଥିବା ଫାୟାର ବ୍ରିଗେଡ ଅଫିସର ଜେଭି ଥେବା କହିଛନ୍ତି।

ସେ କହିଛନ୍ତି, ଖବର ପାଇ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲି। ଏହାପରେ ୩୦ ଜଣ କରୋନା ରୋଗୀଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲୁ। ଏବେ ନିଆଁ ନିୟନ୍ତ୍ରଣକୁ ଚାଲି ଆସିଛି। ସେହିପରି ଉଦ୍ଧାର ହୋଇଥିବା କରୋନା ରୋଗୀଙ୍କୁ ଅନ୍ୟ ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ି ନଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ୫ କରୋନା ଆକ୍ରାନ୍ତ ମୃତ appeared first on Odisha Reporter.



from Odisha Reporter https://ift.tt/2V7p8YQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages