ଆରମ୍ଭ ହେଲା ମୋଦିଙ୍କ କରୋନା ଟିକା ସମୀକ୍ଷା ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ଆରମ୍ଭ ହେଲା ମୋଦିଙ୍କ କରୋନା ଟିକା ସମୀକ୍ଷା ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ଟିକାର ସମୀକ୍ଷା କରିବା ପାଇଁ ବ୍ୟକ୍ତିଗତ ଭାବେ ଦିଲ୍ଲୀରୁ ବାହାରିଛନ୍ତି। ଦେଶର ୩ ପ୍ରମୁଖ ସହରରେ ଏବେ କରୋନା ଟିକାର ଉତ୍ପାଦନ ପାଇଁ ପ୍ରୟାସ ଚାଲିଛି। ଆଜି ମୋଦି ସେହି ସବୁ ସ୍ଥାନକୁ ଯାଇ ବୈଜ୍ଞାନିକଙ୍କ ସହ ଟିକାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ।

ଦିଲ୍ଲୀରୁ ଆଜି ସକାଳେ ବାହାରିଥିବା ମୋଦି ସିଧା ଗୁଜରାଟର ଅହମଦାବାଦରେ ପହଞ୍ଚିଥିଲେ। ଏଠାରେ ଥିବା ଜାଏଡସ୍‌ କାଡିଲାର ପ୍ଲାଣ୍ଟରେ ପହଞ୍ଚିଥିଲେ। ଏଠାରେ ସେ ପିପିଇ କିଟ୍‌ ପିନ୍ଧି ପ୍ଲାଣ୍ଟ ମଧ୍ୟକୁ ଯାଇଥିଲେ। ବିଭିନ୍ନ ସ୍ଥାନ ବୁଲିବା ପରେ ତାଙ୍କୁ ବୈଜ୍ଞାନିକମାନେ ଟିକାର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ଅବଗତ କରାଇଥିଲେ। ମୋଦି କେଉଁ ଭଳି ଭାବେ ଟିକାର ସମୀକ୍ଷା କରିଥିଲେ, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି ପ୍ଲାଣ୍ଟଟି ଅହମଦାବାଦ ଠାରୁ ୨୦ କିମି ଦୂର ଚାଙ୍ଗୋଦର ଠାରେ ରହିଛି। ଜାଏଡସ କାଡିଲା ZyCoV-D ନାଁରେ କରୋନା ଟିକା ପ୍ରସ୍ତୁତ କରିଛି। ଏହାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଥିବା ବେଳେ ଅଗଷ୍ଟ ମାସରୁ କମ୍ପାନୀକୁ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିଛି। ଏବେ ଟିକାର ସ୍ଥିତି କ’ଣ ରହିଛି, ସେ ବିଷୟରେ ବୈଜ୍ଞାନିକ ମାନେ ପ୍ରାୟ ୧ ଘଣ୍ଟା କାଳ ମୋଦିଙ୍କୁ ଅବଗତ କରାଇଛନ୍ତି।


ଅହମଦାବାଦରୁ ମୋଦି ସିଧା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଯିବେ। ଏଠାରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ଟିକା ପ୍ରସ୍ତୁତ କରାଯାଉଛି। ଏଠାରେ ମୋଦି ଟିକାର ଷ୍ଟାଟସ ସମ୍ପର୍କରେ ଆଲୋଚନା କରିଥିବେ। ଏଥିସହ ଟିକାର ଲଞ୍ଚ, ଉତ୍ପାଦନ ଓ ବିତରଣ ସମ୍ପର୍କରେ ସେ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଶେଷରେ ମୋଦି ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ୍‌କୁ ଯିବେ। ଏଠାରେ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ନାଁରେ ଟିକା ତିଆରି କରାଯାଇଛି। ଏଠାରେ ସେ ସେ ୩.୪୦ରେ ପହଞ୍ଚିବା ପରେ ୪ଟାରୁ ୫ ଟା ଯାଏ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବେ। ଶେଷରେ ସନ୍ଧ୍ୟା ୫.୪୦ରେ ସେ ପୁଣିଥରେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

The post ଆରମ୍ଭ ହେଲା ମୋଦିଙ୍କ କରୋନା ଟିକା ସମୀକ୍ଷା ଯାତ୍ରା appeared first on Odisha Reporter.



from Odisha Reporter https://ift.tt/3o78Awv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages