ବର୍ଷିଲେ ପ୍ରଦୀପ୍ତ, କହିଲେ-ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ବର୍ଷିଲେ ପ୍ରଦୀପ୍ତ, କହିଲେ-ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ବି ପରୀ ହତ୍ୟା ଘଟଣାକୁ ନେଇ ତୁମ୍ବିତୋଫାନ ହୋଇଛି। ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ କହିବା ସହ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ସେ ଦାବି କରିଥିଲେ। ଏହା ସହିତ ପରୀ ହତ୍ୟା ଘଟଣାକୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏକ ଛୋଟ ଅଘଟଣ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀ ନାଏକ ଅସନ୍ତୋଷ ପ୍ରକାଶ କରିଥିଲେ।

କଂଗ୍ରେସ ମଧ୍ୟ ‘ପରୀ’ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା। ଏହି ମାମଲାରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଦେଇଥିବା ବିବୃତ୍ତିକୁ ନେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ କହିଥିଲେ, ଏହି ପ୍ରସଙ୍ଗରେ ଚାରିଟି ଦିଗରୁ ବିବୃତି ରଖିବା ଲାଗି ବାଚସ୍ପତି ରୁଲିଂ ଦେଇଥିବାବେଳେ ମନ୍ତ୍ରୀ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇଥିଲେ । ଅନ୍ୟ ୩ଟି ଦିଗକୁ ଏଡ଼ାଇ ଯାଇଥିଲେ । ଅଭିଯୋଗ ଆସିଥିବା କୃଷିମନ୍ତ୍ରୀଙ୍କ ସଂପର୍କରେ ସେ କିଛି କହିଲେ ନାହିଁ । ଏହା ସହିତ ଘଟଣାର ତଦନ୍ତ ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଗଠନ ସହିତ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି ହୋଇଥିଲା ବୋଲି ସେ କହିଥିଲେ।

ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଏସ୍ଆଇଟି ତଦନ୍ତ ଘୋଷଣା ନେଇ ଭିନ୍ନ ଭିନ୍ନ ଅର୍ଥ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ ଏବଂ ଏନେଇ ସ୍ପଷ୍ଟୀକରଣ ଦାବି କରିଥିଲେ।

ଏନେଇ ଗୃହରେ ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ରଖିଥିଲେ। ସେ କହିଥିଲେ, ପରୀ ହତ୍ୟା ଘଟଣାର ତଦନ୍ତ ନେଇ କୋର୍ଟ ମନିଟର ଏସଆଇଟ ଗଠନ ହେବ।  ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ‘ପରୀ’ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହୋହଲ୍ଲା କରିବାରୁ ଗୃହ ଚାଲି ପାରି ନଥିଲା। ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

The post ବର୍ଷିଲେ ପ୍ରଦୀପ୍ତ, କହିଲେ-ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3l959U4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages