ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ୍ ହାତୀପାହୁଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଉଗ୍ରସେନ ଭୋଇ ।
ଗତକାଲି ରାତିରେ ହାତୀପାହୁଲ ଅଞ୍ଚଳକୁ ୪୦ଟି ହାତୀ ପଶି ଆସି ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଥିଲେ । ଖବରପାଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ଘଟିଯାଇଛି ଅଘଟଣ । ନିକଟରେ ଚାଲିଯାଇଥିବା ଉଗ୍ରସେନଙ୍କୁ କଚାଡ଼ି ଦଳିଦେଲା ହାତୀ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
The post ଚାଲି ଯାଉଥିଲେ, ଦଳି ମାରିଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/3570Yn7
No comments:
Post a Comment