ନୂଆଦିଲ୍ଲୀ: ସବୁ ସୀମା ଟପିଛି ବର୍ବରତା। ମଦ ପିଇବା ପାଇଁ ଚାଖେଣା ଆଣିବାକୁ ମନା କରିବାରୁ ୫ ଜଣ ମଦୁଆ ଜଣେ ନାବାଳକଙ୍କୁ ମାଡ଼ ମାରିବା ସହ ତାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଛନ୍ତି। ଦିଲ୍ଲୀର ମଦନପୁର ଖାଦର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଛି।
ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲେ ହେଁ ଆଜି ସାମ୍ନାକୁ ଆସିଛି। ଘଟଣା ଦିନ ସନ୍ଧ୍ୟାରେ ୫ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ମଦ ପିଇବା ସହ ଜଣେ ନାବାଳକଙ୍କୁ ଚାଖେଣା ଆଣିବାକୁ କହିଥିଲେ। ହେଲେ ମଦ୍ୟପଙ୍କ ପାଇଁ ପିଲାଟି ଚାଖେଣା ଆଣିପାରିବ ନାହିଁ ବୋଲି କହିଥିଲା।
ସେମାନେ ପିଲାଟିକୁ ଜୋରଜବରଦସ୍ତି ଏପରି କରିବାକୁ ବାଧ୍ୟ କରିଥିଲେ। ତଥାପି ସେ କିଛି ବି ଶୁଣିଥିଲେ। ବାସ ଏହି ଘଟଣାକୁ ନେଇ ୫ ଜଣ ଯାକ ମଦ୍ୟପ ପିଲାଟି ଉପରେ ଆରମ୍ଭ କରିଥିଲେ ଆକ୍ରମଣ। ପ୍ରଥମେ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଏକାଧିକ ଥର କ୍ଷତାକ୍ତ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପିଲାଟି ତାଙ୍କ ଘର ପାଖରେ ପହଞ୍ଚିଥିଲେ। ହେଲେ ଘର ପାଖରେ ପହଞ୍ଚିବା ପରେ ସେ ଟଳି ପଡ଼ିଥିଲେ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପ୍ରାଥମିକ ଅବସ୍ଥାରେ ପିଲାଟିର ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ପ୍ରଶାସନକୁ ଅନୁମତି ଦେଇ ନଥିଲେ। ସେମାନେ ରାଜରାସ୍ତା ଅବରୋଧ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।
ଦୀର୍ଘ ୧୨ ଘଣ୍ଟା କାଳ ମୃତଦେହ ଧରି ସେମାନେ ବିକ୍ଷୋଭ କରିବା ପରେ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ। ଏବେ ପିଲାଟିର ଅନ୍ତିମ ସଂସ୍କାର ଶେଷ ହୋଇଥିଲେ ହେଁ ପରିବାର ଲୋକ ଘର ଆଗରେ ପୂର୍ବଭଳି ଧାରଣାରେ ବସିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
The post ଚାଖେଣା ଆଣିବାକୁ ମନା କରିବାରୁ ନାବାଳକକୁ ମାରିଦେଲେ ୫ ମଦୁଆ appeared first on Odisha Reporter.
from Odisha Reporter https://ift.tt/3ew5Y7z
No comments:
Post a Comment