ନୂଆଦିଲ୍ଲୀ: ସୁନ୍ଦର ଭାବରେ ନିର୍ମିତ ଘର, ମନୋରଞ୍ଜନ ପାଇଁ ବ୍ୟବସ୍ଥା ଓ ଅତ୍ୟାଧୁନିକ ସଡ଼କ ଭଳି ସୁବିଧା ରହିଥିବା ଏଲଏସି ନିକଟ ଜନବସିତକୁ ବେଶ ଚତୁରତା ସହ ସାମରିକ ବେସ୍ କ୍ୟାମ୍ପରେ ପରିଣତ କରିଛି ଚାଇନା। ବାହାରକୁ ଏହା ଗୋଟିଏ ଗାଁ ଭଳି ଲାଗୁଥିଲେ ହେଁ ବାସ୍ତବରେ ଏଲଏସି ନିକଟରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚାଇନା ଏହି ରଣନୀତି କରିଥିବା ସ୍ୟାଟେଲାଇଟ ଛବିରୁ ଜଣାପଡ଼ିଛି।
ଭୁଟାନ-ଚାଇନା ସୀମା ନିକଟରେ ଥିବା ତୋରସା ନଦୀ ଉପତ୍ୟକାକୁ ସଂପୂର୍ଣ୍ଣ ଭାବେ ଆଚ୍ଛାଦିତ କରୁଥିବା ଅଞ୍ଚଳର ୭ଟି ହାଇ ରିଜୋଲେସନ ଛବିରୁ ଚାଇନାର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ସୂଚନା ମିଳିଛି। ୱେଷ୍ଟର୍ଣ୍ଣ ବର୍ଡରରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଚାଇନା ଏଭଳି କରିଛି।
ସ୍ପେଶ ଫାର୍ମ ମାକ୍ସର ଟେକ୍ନୋଲଜି ଦ୍ୱାରା ଉଠା ଯାଇଥିବା ଛବି ଅନୁଯାୟୀ, ଏହି ଅଞ୍ଚଳରେ ପାଙ୍ଗଡା ନାଁରେ ଗୋଟିଏ ଗାଁ ତିଆରି କରିଥିଲା। ହେଲେ ଏଠାରେ ଥିବା ୩ ଡଜନରୁ କମ ଘରଗୁଡ଼ିକରେ କିଛି ହାତ ଗଣତି ସାଧାରଣ ଲୋକ ରହୁଛନ୍ତି। ଜନବସତିକୁ ଅନ୍ୟ ପାର୍ଶ୍ୱରେ ବଙ୍କର ଠାରୁ ଆରମ୍ଭ କରି ନୂଆ ରାସ୍ତା ଚାଇନା ନିର୍ମାଣ କରୁଥିବା ସ୍ୟାଟେଲାଇଟ ଇମେଜରୁ ଜଣାପଡ଼ିଛି।
ଖାଲି ସେତିକି ନୁହେଁ, ବଡ଼ବଡ଼ ଗାଡ଼ି ଓ ଯୁଦ୍ଧାସ୍ତ୍ର ମଧ୍ୟ ଚାଇନା ଏହି ଗାଁ ମଧ୍ୟରେ ଲୁଚାଇ ରଖିଥିବା କୁହାଯାଉଛି। ଚାଇନା ସୀମାକୁ ଲାଗିଥିବା ଦେଶକୁ ଚେକ୍ ଦେବା ପାଇଁ ଓ ଦରକାର ବେଳେ ଅନୁପ୍ରବେଶ କରିବା ପାଇଁ ଚାଇନା ଏଭଳି କରିଛି। ଜନବସତି ଆଢ଼ୁଆଳରେ ଚାଇନା ସୀମାରେ ନିଜର ଯୁଦ୍ଧ ଷ୍ଟ୍ରାଟେଜୀକୁ ଅଧିକ ଶାଣିତ କରିବା ପାଇଁ ଏପରି କରିଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଭୁଟାନ ସୀମାର ୨ କିମି ଭିତରକୁ ପ୍ରବେଶ କରି ବେଜିଂ ପକ୍ଷରୁ ଗୋଟିଏ ଗାଁ ପ୍ରତିଷ୍ଠା କରାଯାଇଥିବା କିଛି ଦିନ ତଳେ ଖବର ପାଇଥିଲା। ଗାଁ ପ୍ରତିଷ୍ଠା ହୋଇଥିବା ଅଞ୍ଚଳଟି ବିବାଦୀୟ ଡୋକଲାମ ନିକଟରେ ରହିଛି। ଭାରତ ଓ ଚାଇନା ମଧ୍ୟରେ ଡୋକଲାମର ଯେଉଁ ଅଞ୍ଚଳକୁ ଦୀର୍ଘ ୭୦ ଦିନ କାଳ ବିବାଦ ଲାଗି ରହିଥିଲା, ସେଠାରୁ ମାତ୍ର ୯ କିମି ଦୂରରେ ବେଜିଂ ଗାଁ ତିଆରି କରିଛି।
ଚାଇନା ଯେଉଁ ଅଞ୍ଚଳରେ ନୂଆ ଗାଁ ତିଆରି କରିଛି, ତା’ର ଫଟୋ ଚାଇନିଜ ଗଣମାଧ୍ୟମ ସିଜିଏନଟି ନ୍ୟୁଜରେ କାମ କରୁଥିବା ବରିଷ୍ଠ ସାମ୍ବାଦିକ ଶେନ ଶିୱେଇ ପୋଷ୍ଟ କରିଥିଲେ। ତେବେ କିଛି ସମୟ ପରେ ସେ ଏହାକୁ ଡିଲିଟ୍ କରି ଦେଇଥିଲେ।
ହେଲେ ଭାରତର କିଛି ଜାତୀୟ ଗଣମାଧ୍ୟମ ନୂଆ ଗାଁ ପ୍ରତିଷ୍ଠା ହୋଇଥିବା ଅଞ୍ଚଳକୁ ମ୍ୟାପ୍ ଜରିଆରେ ଠାବ କରି ଖବର ପ୍ରକାଶ କରିଛନ୍ତି। ମ୍ୟାପ୍ରୁ ସ୍ପଷ୍ଟ ହୋଇଥିଲା ଯେ ହୋଇଛି ଯେ ଏହି ଗାଁଟି ଭୁଟାନ ସୀମାର ୨ କିମି ପରିଧି ମଧ୍ୟରେ ରହିଛି। ଏହାର ଅର୍ଥ ଚାଇନା ଜୋରଜବରଦସ୍ତି ଭୁଟାନରେ ପ୍ରବେଶ କରିଛି। ଭୁଟାନର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ହୋଇ ରହିଥିଲା। ଭାରତୀୟ ସେନେ ଅନେକ ସମୟରେ ଭୁଟାନ ସୀମାରେ ହେଉଥିବା ଅନୁପ୍ରବେଶକୁ ଅଟକାଇଛନ୍ତି। ହେଲେ ଏବେ ଚାଇନା ସବୁ କିଛି ଉଲ୍ଲଙ୍ଘନ କରି ଭୁଟାନ ସୀମାରେ ଗାଁ ତିଆରି କରିଛି। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।
The post ସୀମାନ୍ତ ଗାଁକୁ ବେସ୍ କ୍ୟାମ୍ପରେ ପରିଣତ କରିଛି ଚାଇନା, ସ୍ୟାଟେଲାଇଟରୁ ଧରାପଡ଼ିଲା appeared first on Odisha Reporter.
from Odisha Reporter https://ift.tt/3nNrjwT
No comments:
Post a Comment