ଆଜି ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

ଆଜି ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି।

ଏହି ବୈଠକ ଆସନ୍ତାକାଲି ଏବଂ ୨୬ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗନେବେ।

ଏହି ସମୟରେ କରୋନା ମହମାରୀ ସମୟରେ  ସ୍ୱୟଂସେବକଙ୍କ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟର ଆଲୋଚନା ଓ ସମୀକ୍ଷା ହେବ। ଏହାସହ କରୋନାରେ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ପ୍ରସଙ୍ଗରେ ଆଲୋଚନା ହେବ।

The post ଆଜି ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ appeared first on Odisha Reporter.



from Odisha Reporter https://ift.tt/3l2PXaS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages