ଆଜି ଆଲୋକର ପର୍ବ ଦୀପାବଳି; ଏଥର ଫୁଟିବନି ବାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଆଜି ଆଲୋକର ପର୍ବ ଦୀପାବଳି; ଏଥର ଫୁଟିବନି ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ । ଦୀପ ପ୍ରଜ୍ୱଳିତ କରି ଉତ୍ସବ ପାଳନ କରିବାର ଦିନ ହେଉଛି ଦୀପାବଳି । ତେବେ ଚଳିତ ବର୍ଷ କରୋନା  ମହାମାରୀକୁ ନେଇ ଆମ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଏଥିଯୋଗୁ ବାଣ ବଜାର ପ୍ରଭାବିତ ହୋଇଥିବା ବେଳେ ଘରେ ଦୀପ ଜଳାଇ, ପରସ୍ପରକୁ ମିଠା ଖୁଆଇ ଏହି ପର୍ବ ପାଳନ ନିମନ୍ତେ ଉତ୍ସାହ ଦେଖାଦେଇଛି।

ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା।   ଆତସବାଜୀ ଓ ଆଲୋକମାଳାରେ ଘରକୁ ସଜାଇ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ  । ଘରେ ଘରେ ପିଠାମିଠାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ  ଆନନ୍ଦର ସହ ଏହି ପାଳନ କରିବାର ପରମ୍ପରା ରହିଛି ।

ସାରା ଦେଶ ତଥା ବିଦେଶରେ ମଧ୍ୟ ଦୀପାବଳି ଉତ୍ସବ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଆମ ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସରକାର । ଏଥିଯୋଗୁଁ ଉତ୍ସବ ପାଳନ ମଧ୍ୟ ପ୍ରଭାବିତ ହୋଇଛି । ଏପଟେ ବଜାରରେ ଦୀପ, ଧୂପ, ମହମବତୀ ସହ ଇଲେକ୍ଟ୍ରିକ୍ ଆଲୋକମାଳା କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି ।

 

….

The post ଆଜି ଆଲୋକର ପର୍ବ ଦୀପାବଳି; ଏଥର ଫୁଟିବନି ବାଣ appeared first on Odisha Reporter.



from Odisha Reporter https://ift.tt/3luBLbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages