ଭାରତର କଡ଼ା ଜବାବ, ପାକିସ୍ତାନର ୧୧ ସେନା ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଭାରତର କଡ଼ା ଜବାବ, ପାକିସ୍ତାନର ୧୧ ସେନା ନିହତ

ଶ୍ରୀନଗର: ଦିପାବଳୀ ପୂର୍ବରୁ ଏଲଓସିରେ ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଭଳି କରି ପାକିସ୍ତାନ କେବଳ ଭାରତୀୟ ସେନା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରିଛି। ଯାହାର କଡ଼ା ଜବାବ ଦେଇଛି ଭାରତ। ଭାରତର ପାଲଟା ଜବାବରେ ପାକିସ୍ତାନର ୧୧ ସେନା ନିହତ ହୋଇଛନ୍ତି। ସ୍ଥିତି ଏମିତି ଯେ ପାକିସ୍ତାନ ଏବେ ଆଲୋଚନା ପାଇଁ ଭାରତୀୟ କୂଟନୀତିଜ୍ଞଙ୍କୁ ଡକାଇଛନ୍ତି।

ଭାରତୀୟ ସେନା କହିଛି ଯେ ପାକିସ୍ତାନୀ ସେନା ଜମ୍ମୁ କଶ୍ମୀରର ଏଲଓସିରେ ଥିବା ଉରି ଠାରୁ ଗୁରେଜ ପର୍ଯ୍ୟନ୍ତ ଅନେକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ପାକ୍ ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ଯାହାର ଜବାବରେ ଭାରତୀୟ ସେନା ପାକିସ୍ତାନର ଆର୍ମସ୍ ଡିପୋ ଉପରେ ବୋମା ମାଡ଼ କରି ନଷ୍ଟ କରି ଦେଇଛି। ଏଥିରେ ପାକିସ୍ତାନର ମୋଟ୍ ୧୧ ସେନା ନିହତ ହୋଇଥିବା ବେଳେ ୧୬ ଜଣ ସେନା ଗୁରୁତର ଆହତ ହୋଇଛନ୍ତି।

ନିହତ ପାକିସ୍ତାନୀ ସେନାଙ୍କ ତାଲିକାରେ ୨-୩ ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସେସ୍ ଗ୍ରୁପର କମାଣ୍ଡୋ ରହିଛି। ସେହିପରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବାକୁ ଯାଇ ୩ ଯବାନ ସହିଦ ହୋଇଥିବା ବେଳେ ୪ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

The post ଭାରତର କଡ଼ା ଜବାବ, ପାକିସ୍ତାନର ୧୧ ସେନା ନିହତ appeared first on Odisha Reporter.



from Odisha Reporter https://ift.tt/3f1LNim

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages