ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ୧୪ ମହଲାରୁ ଖସି ପଡ଼ିଲା ୪ ବର୍ଷର ଶିଶୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 6, 2020

ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ୧୪ ମହଲାରୁ ଖସି ପଡ଼ିଲା ୪ ବର୍ଷର ଶିଶୁ!

ନୂଆଦିଲ୍ଲୀ: ଗାଜିଆବାଦ ଥାନା ସିହାନୀ ଗେଟ୍ ଅଞ୍ଚଳର ପୋଶ ସୋସାଇଟିରେ ଏକ ଦୁଃଖଦ ଘଟଣା ଘଟିଛି। ଏହି ସୋସାଇଟିର ୧୪ ମହଲାର ବାଲ୍‌କୋନୀରୁ ପଡ଼ି ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। କୁହାଯାଉଛି, ସେ ତା’ ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ବାଲ୍‌କୋନୀରୁ ପଡ଼ିଯାଇଥିଲା। ମୃତ ଶିଶୁର ନାଁ ତେଜସ।

ସୂଚନା ଅନୁଯାୟୀ, ମୃତ ଶିଶୁର ବାପାଙ୍କ ନାଁ ନବନୀତ କୁମାର। ସେ ଏକ ଘରୋଇ କଂପାନୀରେ ଚାକିରି କରନ୍ତି। ସେ ଏହି ସୋସାଇଟିର ୧୪ତମ ମହଲାରେ ଏକ ଫ୍ଲାଟ୍‌ରେ ତାଙ୍କ ପରିବାର ସହ ରହନ୍ତି। ଗତକାଲି ସନ୍ଧ୍ୟାରେ ସେ ଓ ତାଙ୍କ ପତ୍ନୀ ବଜାର ଯାଇଥିଲେ। ତେବେ ସେମାନେ ତେଜସକୁ ଘରେ ଛାଡ଼ି ଯାଇଥିଲେ। ତେଜସ ଘରେ ଏକୁଟିଆ ଥିଲା।

ତେଜସ ବାଲକୋନୀରେ ଷ୍ଟୁଲ୍‌ ରଖି ସେଥିରେ ଛିଡ଼ା ହୋଇ ତଳକୁ ଚାହିଁ ତା’ବାପାମା’ ଆସିଲେଣି କି ନାହିଁ ବୋଲି ଦେଖୁଥିବା ବେଳେ ସନ୍ତୁଳନ ହରାଇ ଖସିପଡ଼ିଥିଲା।

ତେଜସ ପଡ଼ିଯିବା ପରେ ସୋସାଇଟିର ଲୋକେ ତାକୁ ଉଦ୍ଧାର କରି ହସ୍‌ପିଟାଲ୍ ନେଇ ଯାଇଥିଲେ। ତେବେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଏହା ପରେ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୁଲିସ୍ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ଶିଶୁ ଘରେ ଏକା ଥିଲା ଓ ତା’ ବାପାମା’ ବଜାର ଯାଇଥିଲେ। ବାଲ୍‌କୋନୀରୁ ଦୁଇଟି ଷ୍ଟୁଲ୍ ଜବତ କରାଯାଇଛି। ଏଣୁ ସେ ଷ୍ଟୁଲ୍‌ରେ ଛିଡ଼ା ହୋଇ ବାଲ୍‌କୋନୀ ତଳକୁ ଦେଖୁଥିବା ବେଳେ ପଡ଼ିଯାଇଥିବା ଆଶଙ୍କା କରାଯାଉଛି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

The post ବାପାମା’ଙ୍କୁ ଅପେକ୍ଷା କରିଥିବା ବେଳେ ୧୪ ମହଲାରୁ ଖସି ପଡ଼ିଲା ୪ ବର୍ଷର ଶିଶୁ! appeared first on Odisha Reporter.



from Odisha Reporter https://ift.tt/3ndCLBN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages