ମୁଜାଫରନଗର: ରାସ୍ତାରେ ବରଯାତ୍ରୀ ରୋଷଣୀ କରୁ ଯାଉଥିଲେ। ନାଚ ଗୀତରେ ମସଗୁଲ ଥିଲେ ସମସ୍ତେ। ଆଉ ବରଯାତ୍ରୀ ଗାଡ଼ିକୁ ଦେଖିବା ପାଇଁ ଦୌଡ଼ି ଆସିଥିଲେ ସ୍ଥାନୀୟ ଛୋଟ ଛୁଆ। ଏହି ସମୟରେ ରାସ୍ତାରେ ହଠାତ୍ ବାଣ ଫୁଟି ଯାଇଥିଲା। ହଠାତ୍ ଏହି ବିସ୍ଫୋରଣ ହେବାରୁ ପାଖରେ ଥିବା ପାଞ୍ଚ ଛୋଟ ଛୁଆ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏବେ ପାଞ୍ଚ ଛୁଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ। ଗୁରୁତର ପାଞ୍ଚ ଛୁଆ ହେଲେ ସାଓ୍ୱନ (୭), ଉମ୍ମେଦ (୮), ରିହାନ (୯), ଅଙ୍କିତ (୧୦), ଅମୀର (୧୦)।
ସ୍ଥାନୀୟ ପୁଲିସ ବିରଜା ଶଙ୍କର ତ୍ରିପାଠୀ କହିଛନ୍ତି ଯେ ବାଣ ଭର୍ତ୍ତି ବସ୍ତା ରାସ୍ତାରେ ଥିଲା। ଏହି ସମୟରେ ଛୋଟ ଛୁଆମାନେ ବାଣ ବସ୍ତା ପାଖରେ ଛିଡ଼ା ହୋଇଥିଲେ। ବରଯାତ୍ରୀ ଦେଖିବା ପାଇଁ ଏମାନେ ସମସ୍ତେ ଆସିଥିଲେ ବୋଲି ଜଣାପଡ଼ିଛି।
The post ବରଯାତ୍ରୀ ଗାଡ଼ି ଯାଉଥିବା ବେଳେ ହଠାତ୍ ଫୁଟିଗଲା ବାଣ, ୫ ଛୁଆ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3efLlMZ
No comments:
Post a Comment