ଆଜି କାର୍ତ୍ତିକ ପ୍ରଥମ ସୋମବାର; ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ଆଜି କାର୍ତ୍ତିକ ପ୍ରଥମ ସୋମବାର; ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ/ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । କରୋନା କଟକଣା ଯୋଗୁ ଏ ପର୍ଯ୍ୟନ୍ତ ମନ୍ଦିର ଖୋଲା ଯାଇ ନ ଥିବା ବେଳେ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ସ୍ୱତନ୍ତ୍ର ବାଳଭୋଗ ନୀତି ଅନୁଷ୍ଠିତ ହେବ ।

ଗତକାଲି ପତିତପାବନ ଦର୍ଶନ ଏବଂ ମହାପ୍ରସାଦ ନେବା ବେଳେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କର ପ୍ରବଳ ଭିଡ଼ ହୋଇଥିଲା । ଏହି ସମୟରେ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କାର୍ତ୍ତିକ ବ୍ରତ କିଭଳି ସୂଚାରୁ ଭାବେ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମନ୍ତବ୍ୟ ଦେଇଛନ୍ତି।

ଅପରପକ୍ଷେ, କରୋନା ମହାମାରୀ ଯୋଗୁ  ଏ ପର୍ଯ୍ୟନ୍ତ ରାଜ୍ୟରେ ମନ୍ଦିରଗୁଡିକ ଜନସାଧାରଣଙ୍କ ପାଇଁ ଖୋଲାଯାଇ ନ ଥିବାରୁ ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ବି ଶୈବ ପୀଠ ଖାଁ ଖାଁ ରହିଛି ।

ବିଶେଷ କରି ଆଠଗଡ଼ର ଧବଳେଶ୍ୱରଙ୍କ ପୀଠରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ହଜାର ହଜାର ଶ୍ରଦ୍ଧାଳୁଙ୍କର ଗହଳି ଲାଗିଥାଏ । କିନ୍ତୁ ଏବର୍ଷ ଭିଡ଼ ନାହିଁ ।

The post ଆଜି କାର୍ତ୍ତିକ ପ୍ରଥମ ସୋମବାର; ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ appeared first on Odisha Reporter.



from Odisha Reporter https://ift.tt/381Dl0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages