ଚଳିତ ବର୍ଷ ଅକ୍ସଫୋର୍ଡ ଟିକାକୁ ଭାରତରେ ମିଳିବ ଅନୁମତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 23, 2020

ଚଳିତ ବର୍ଷ ଅକ୍ସଫୋର୍ଡ ଟିକାକୁ ଭାରତରେ ମିଳିବ ଅନୁମତି!

ମୁମ୍ବାଇ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ନୂଆ ଆଶା ସୃଷ୍ଟି କରିଛି। ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷାରେ ଏହା କରୋନାକୁ ମାତ ଦେବାରେ ୭୦% ସକ୍ଷମ। ଏହାକୁ ଦୃଷ୍ଟିରେ ରଖି ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଠାରୁ ଅନୁମତି ଲୋଡ଼ିବ। ଭାରତ ସରକାର ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଅକ୍ସଫୋର୍ଡ ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି ବୋଲି ଜଣାପଡ଼ିଛି।

ଡିସିଜିଆଇ ଅକ୍ସଫୋର୍ଡ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ଉପରେ ନଜର ରଖିଥିଲା। ଯଦି ଟିକା କରୋନା ଉପରେ ୫୦% ପ୍ରଭାବ ଦେଖାଇ ପାରିବ, ତା’ହେଲେ ଏହାର ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବ। ଏବେ ଟିକା କରୋନା ଉପରେ ହାରାହାରି ୭୦% ପ୍ରଭାବ ଦେଖାଇ ପାରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେଣୁ ଭାରତରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର କରୋନା ଟିକାର ବ୍ୟବହାର ପାଇଁ ଅନୁମତି ମିଳିପାରେ।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି, ଆମେ ଖୁବଶୀଘ୍ର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବୁ। ଆମର ଆଶା ମାସକ ମଧ୍ୟରେ ଏଥିପାଇଁ ଆମକୁ ଅନୁମତି ମିଳିଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଡିସିଜିଆଇ ଉପରେ ନିର୍ଭର କରେ।

ବର୍ତ୍ତମାନ ସୁଦ୍ଧା ଟିକାର ୪ କୋଟି ଡୋଜ୍‌ କମ୍ପାନୀ ସଂରକ୍ଷିତ କରି ରଖିଛି। ସେହିପରି ଜାନୁଆରୀ ସୁଦ୍ଧା ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ। ଏହା ମଧ୍ୟରୁ ସିଂହ ଭାଗ ଭାରତ ପାଇଁ ମହଜୁଦ ହୋଇ ରହିବ। ମାର୍କେଟରେ କୋଭିସ୍ଲାଇଡ୍‌ର ଡୋଜ୍‌ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ।

ସରକାର ଏହାକୁ ୨୨୦ରୁ ୩୦୦ ଟଙ୍କାରେ କିଣିପାରିବେ। ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍‌ ନେବା ପାଇଁ ପଡ଼ିବ। ଆମେରିକାର ଦୁଇ କମ୍ପାନୀ ମଡର୍ଣ୍ଣା ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ଠାରୁ ଏହି ଟିକାର ଦାମ ଯଥେଷ୍ଟ କମ ରହିବ। ମଡର୍ଣ୍ଣା ଟିକାର ଗୋଟିଏ ଡୋଜ୍‌ ୨୭୭୫ ଟଙ୍କା ଥିବା ବେଳେ ଫାଇଜର ଟିକାର ଦାମ ୧୫ଶହ ଟଙ୍କା ରହିଛି।

The post ଚଳିତ ବର୍ଷ ଅକ୍ସଫୋର୍ଡ ଟିକାକୁ ଭାରତରେ ମିଳିବ ଅନୁମତି! appeared first on Odisha Reporter.



from Odisha Reporter https://ift.tt/2J3An1R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages